ଚା’ ନା କଫି କେଉଁଠି ଅଟିକ ସ୍ୱାସ୍ଥ୍ୟକର ଏ ନେଇ ପ୍ରାୟତଃ ଲୋକଙ୍କ ମଧ୍ୟରେ ଯୁକ୍ତି ହୋଇଥାଏ । ପୃଥିବୀର ବିଭିନ୍ନ ସ୍ଥାନରେ ଦୁଇଟିଯାକ ଲୋକମାନଙ୍କର ଅଧିକ ପ୍ରିୟ । ବ୍ରେକ୍ଫାଷ୍ଟ ପରେ ପରେ ଏହି ଦୁଇଟି ପାନୀୟ ଲୋକମାନେ ଗ୍ରହଣ କରିବାକୁ ବେଶ୍ ପସନ୍ଦ କରିଥାନ୍ତି । କିଏ କିଏ ଚା’ ଅଧିକ ପସନ୍ଦ କରୁଥିବାବେଳେ କିଏ କିଏ କଫି ଅଧିକ ପସନ୍ଦ କରିଥାନ୍ତି । ସକାଳୁ ଉଠିବା ପରେ ପରେ ଚା’ ନା କଫି କାହାକୁ ପାନୀୟ ରୂପେ ଗ୍ରହଣ କରାଯାଇ ପାରିବ ଏ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଯୁକ୍ତି ହୋଇଥାଏ । ଦେଖାଯାଏ ତ ଚା’ ଏବଂ କଫି ଦୁଇଟିଯାକରେ କୈଫିନ୍ର ମାତ୍ରା ରହିଥାଏ । ତେଣୁ ତ ଚା’ ଏବଂ କଫି ଦୁଇଟି ଯାକ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ । ଅତ୍ୟଧିକ କଫି ପିଇବାରେ ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ । ଯେପରିକି ବ୍ୟସ୍ତତା, ଗ୍ୟାସ, ପେଟ ଗୋଳମାଳ ଏବଂ ଅତ୍ୟଧିକ କଫିପାନରେ ହାର୍ଟ ପ୍ରତି କ୍ଷତିକାରକ ମଧ୍ୟ ହେବାର ସମ୍ଭାବନା ରହିଛି । ଦୈନିକ କେତେ ପରିମାଣରେ କୈଫିନ୍ ଜଣେ ନବା କଥା ଆମେରିକା ଫୁଡ଼୍ ଏଣ୍ଡ ଡ଼୍ରଗ୍ସ ବିଭାଗ ସ୍ଥିର ନିର୍ଦ୍ଧିଷ୍ଟ କରିଛନ୍ତି । ଆମେରିକାରେ ୪୦୦ ଗ୍ରାମ କୈଫିନ୍ ଜଣେ ନବା ନିର୍ଦ୍ଧାରିତ କରାଯାଇଛି । ଅର୍ଥାତ୍ ଦୈନିକ ୪/୫ଟି ଛୋଟ୍ କପ୍ କଫି ଜଣେ ନବା ଉଚିତ । ଚା’ ଏବଂ କଫି ଦୁଇଟିଯାକର ଲାଭ ଏବଂ କ୍ଷତି ରହିଛି । ଯଦି ଆପଣ ବିନା ଦୁU ଏବଂ ଚିନିର ଚା’ ବା କଫି ପିଅନ୍ତି, ତା ହେଲେ ତାହା ଆପଣଙ୍କ ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ବ୍ଳାକ୍ କଫି ଏବଂ ବ୍ଳାକ୍ ଚା’ରେ ଅଧିକ ମାତ୍ରାରେ କୈଫିନ୍ ରହିଥାଏ । ୨୩୬ ମିଲିଗ୍ରାମ ବ୍ଳାକ୍ ଚା’ରେ ୫୫ ଗ୍ରାମ କୈଫିନ୍ ରହିଥାଏ ମାତ୍ର କଫିରେ ଏହାରୁ ଦୁଇଗୁଣ ପ୍ରାଖାପାଖି ୧୦୦ ଗ୍ରାମ କୈଫିନ ରହିଥାଏ । ଯଦି ଆପଣ ଗ୍ୟାସ୍ ସମସ୍ୟାରେ ପୀଡ଼ିତ ତା’ ହେଲେ ବ୍ଳାକ୍ କଫି ପରିବର୍ତ୍ତେ ବ୍ଳାକ୍ ଚା’ ଗ୍ରହଣ କରିପାରନ୍ତି । ବ୍ଳାକ୍ କଫି ପାନ କରିଦ୍ୱାରା ଆପଣ ଟାଇପ୍ -୨ ମଧୁମେହ ଭୟ କମ୍ ହୋଇଥାଏ । ଏହାସହ ଅଲkାଇମର ରୋଗର ଭୟ ମଧ୍ୟ କମ୍ ହୋଇଥାଏ । କି;ୁ ଏହାକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ । କାରଣ ବ୍ଳାକ୍ ଚା’ ତୁଳନାରେ ବ୍ଳାକ୍ କଫିରେ ଅଧିକ ମାତ୍ରାରେ ମେଟାବୋଲkିମ ବଢ଼ାଇଥାଏ । ବ୍ଳାକ୍ କଫି ପାନ କରିବାଦ୍ୱାରା ଅନେକ ଲାଭ ମଧ୍ୟ ହୋଇଥାଏ । ଏହାଦ୍ୱାରା ବ୍ଳଡ଼୍ପ୍ରେସର କମ୍ ହୋଇଥାଏ, ହାର୍ଟଷ୍ଟ୍ରୋକର ଭୟ ମଧ୍ୟ କମ୍ ହୋଇଥାଏ । ଦେଖିବାକୁ ଗଲେ ବ୍ଳାକ୍ ଚା’ ଏକପ୍ରକାର ଏଣ୍ଟିଅକ୍ସିଟେଣ୍ଟ ଅଟେ, ଯାହାକି ହାର୍ଟକୁ କାର୍ଯ୍ୟକରିବାରେ ରକ୍ଷା କରିଥାଏ । କି;ୁ ଅଧିକ ମାତ୍ରାରେ ବ୍ଳାକ୍ ଏବଂ ଗ୍ରାନ୍ ଟି ପିଇବାଦ୍ୱାରା ଆପଣଙ୍କୁ ଅନେକାଂଶରେ କ୍ଷତି ପହୁଞ୍ଚାଇଥାଏ । ଏହିପରି ଚା’ ଏବଂ କଫି ଦୁଇଟି ଯାକ ପାନୀୟ ଲାଭଦାୟକ ଏବଂ କ୍ଷତିକାରକ ଅଟେ ।