ଭୁବନେଶ୍ଵର, ୦୧/୦୩ : ଭୁବନେଶ୍ଵର ଲିଙ୍ଗରାଜ ଥାନା ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣା ୬ଜଣ ଲୁଟେରାକୁ ଗିରଫ କରାଯାଇଛି । ଏୟାରଫିଲଡ ଅଞ୍ଚଳରୁ ୬ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଛି । ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ପ୍ରେସମିଟରେ ପୋଲିସ କମିସନର ସୂଚନା ଦେଇଛନ୍ତି । ଜାନୁଆରୀ ୨୪ରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ଏସବିଆଇ ଏଟିଏମକୁ ଲୁଟ୍ କରିଥିଲେ । ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ୍ କରିବା ସହ ଏଟିଏମକୁ ନେଇ ଦୟାନଦୀରେ ଫିଙ୍ଗି ଦେଇଥିଲେ । ଗିରଫ ୬ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅପରାଧିକ ରେକର୍ଡ ରହିଛି । ଏହି ଗ୍ୟାଙ୍ଗ ସାରା ଦେଶରେ ସକ୍ରିୟ ଥିବା ଜଣାପଡ଼ିଛି । ୨୦୨୨ରେ ଏମାନେ ଧଉଳି ଥାନା ଅଞ୍ଚଳରେ ଏକ ଏଟିଏମ ଲୁଟରେ ସଂପୃକ୍ତ ଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।