ପ୍ରାର୍ଥୀପତ୍ର ଦାଖଲ କଲେ ସୋନିଆ ଗାନ୍ଧୀ

ରାୟବରେଲି୧୧/୪ : ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଗୁରୁବାର ରାୟବରେଲି ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ରାୟବରେଲିଠାରେ ଏକ ରୋଡ୍‍ ଶୋ’ କରିଥିଲେ। ଶ୍ରୀମତୀ ଗାନ୍ଧୀ ପଞ୍ଚମଥର ପାଇଁ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଠାରେ ସୋନିଆ ଗାନ୍ଧୀ ଓ ଦିନେଶ ପ୍ରତାପ ସିଂହଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ଦିନେଶ ପ୍ରତାପ ସିଂହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ସପା-ବସପା-ଆର୍‍ଏଲ୍‍ଡି ମେଣ୍ଟ ସେହି ଆସନରେ ପ୍ରାର୍ଥୀ ଦେଇ ନାହାନ୍ତି। ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିଛି।

ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଠି ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆମେଠିରେ ଏକ ରୋଡ୍‍ ଶୋ’ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବୁଧବାର ଆମେଠିରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ମେ’ ମାସ ୬ତାରିଖରେ ମତଦାନ ହେବ।