ନିମ୍ବପତ୍ର ଶରୀର ସୁସ୍ଥ ଓ ସୁନ୍ଦରତା ବଜାୟ ରଖିଥାଏ । ଖରାଦିନେ ନିମ୍ବପତ୍ର ଅଧିକ ବ୍ୟବହାର ହୋଇଥାଏ । କାରଣ ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ।
୧. ଖରାଦିନେ ଅଧିକାଂଶ ଲୋକଙ୍କର ଆଲର୍ଜି ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଦୂର କରିବା ପାଇଁ ନିମ୍ବପତ୍ରକୁ ବାଟି ଆଲର୍ଜି ହୋଇଥିବା ସ୍ଥାନରେ ଲଗାଇଲେ ଏହା ଦୂର ହୋଇଥାଏ ।
୨. ନିମ୍ବପତ୍ରର ଜୁସ୍ ତିଆରି କରି ପିଇଲେ ଶରୀରର ଓଜନ କମିବା ସହ ଶରୀରର ଚର୍ବି କମଥାଏ । ମୋଟାପଣ କମାଇବାକୁ ଚାହୁଁଥିଲେ ଗୋଟେ ଗ୍ଲାସ୍ ନିମ୍ବପତ୍ରରସ, ଲେମ୍ବୁ ଓ ମହୁ ମିଶାଇ ପିଅ;ୁ ।
୩. ନିମ୍ବପତ୍ରରେ ଥିବା ତତ୍ତ୍ୱ ରକ୍ତରେ ଥିବା ସର୍କରାକୁ ଠିକ୍ ଅନୁପାତରେ ରଖେ ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
୪. ପ୍ରତିଦିନ ନିମ୍ବପତ୍ର ଜୁସ୍ ପିଇବା ଦ୍ୱାରା କୋଷିକାରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯିବା ସହ ତ୍ୱଚାର ଚମକ ଆଣିଥାଏ ।
Prev Post
Next Post