ସାମଗ୍ରୀ- ସୁଜି-୧କପ୍, ସିଝା ଆଳୁ-୪ଟି, କଟା କଞ୍ଚା ଲଙ୍କା-୬ଟି, ସ୍ୱାଦ ଅନୁସାରେ ଲୁଣ, ହେଙ୍ଗୁ-୧/୪ଚାମଚ, କଟା ଧନିଆ ପତ୍ର-୩ଚାମଚ, ତେଲ-୨ବାଉଲ୍ ।
ପ୍ରଣାଳୀ-ଚୂଲାରେ ଏକ ପ୍ୟାନ ବସାଇ ସେଥିରେ ଏକ କପ୍ ପାଣି ଗରମ କରିବେ ପାଣି ଫୁଟିଗଲାପରେ ସେଥିରେ ସୁଜି ପକାଇ ତାକୁ ଭଲଭାବେ ଘାଣ୍ଟି ସୁଜିକୁ ଜନ୍ତି ଦେବେ । ସୁଜି ଜନ୍ତି ହୋଇଗଲାପରେ ତାକୁ ଥଣ୍ଡା ହେବାପାଇଁ ଗୋଟିଏ ପାତ୍ରକୁ କାଢି ଦେବେ । ଏହାପରେ ଏକ ବଡ ପାତ୍ରନେଇ ସେଥିରେ ସିଝା ଆଳୁ, କଟା ଧନିଆ ପତ୍ର, କଟା କଞ୍ଚା ଲଙ୍କା, ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲଭାବେ ଚକଟି ଦେବେ । ଆଳୁ ଚକଟା ପ୍ରସ୍ତୁତ ହୋଇଗଲାପରେ ସେଥିରେ ଜନ୍ତା ସୁଜିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିଦେବେ । ମିଶ୍ରଣରେ ପ୍ରସ୍ତୁତ ଆଙ୍ଗୁଳି ଆକାର ରୋଲ୍ ବନେଇ ଗୋଟିଏ ପାତ୍ରରେ ରଖିଦେବେ । ସେପଟେ ଚୂଲାରେ କଡେଇରେ ତେଳ ଗରମ ହେବା ପାଇଁ ରଖିଦେବେ । ତେଳ ଗରମ ହୋଇଗଲାପରେ ସେଥିରେ ଆଙ୍ଗୁଳି ଆକାର ରୋଲ୍ ଗୁଡିକୁ ଛାଣି ଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚଟ୍ପଟା ଫିଙ୍ଗର ଫ୍ରାଏ ।
Prev Post
Next Post