ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ୨.୦ର ଅଭିନେତ୍ରୀ ଏମୀ ଜ୍ୟାକ୍ସନ୍ ଯାହା ପାଇଁ ସେ ଏବେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛନ୍ତି । ତେବେ ଗର୍ଭବତୀ ଅସସ୍ଥାରେ ଏମୀ ଆହୁରି ଅଧିକ ଆକ୍ଟିଭ୍ ହୋଇ ପଡ଼ିଛନ୍ତି ସୋସାଲ ମିଡ଼ିଆରେ । କାରଣ ଏବେ ଏମୀ ବେବୀ ବମ୍ପ ସହ ଫଟୋଶୁଟ୍ କରିବା ସହ ଭାବି ସ୍ୱାମୀଙ୍କ ସହ ଅନେକ ଫଟୋ ସୋସାଲ ମିଡଇଆରେ ସେୟାର କରିଛନ୍ତି । ନିକଟରେ ସେ ଜିମ୍ରେ ୱାର୍କ ଆଉଟ୍ କରୁଥିବାସମୟର ଫଟୋ ସୋସାଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋରେ ଏମୀ ଲେଖିଥିଲେ ଯେ- ‘ମୁଁ ଗର୍ଭବତୀ ଥାଇ ମଧ୍ୟ ମୋ ଫିଟ୍ନେସ୍ ଉପରେ ମୁଁ ଅଧିକ ଧ୍ୟାନ ଦେଉଛି ।’ ଏମୀ ଗତବର୍ଷ ଜାନୁଆରୀ ମାସରେ ଜର୍ଜଙ୍କ ସହ ନିର୍ବନ୍ଧ କରିଥିବା କଥା ପବ୍ଲିକ୍ କରିଥିଲେ । ତେବେ ଏମୀ ଓ ଜର୍ଜ ଲିଭ୍ ଇନ୍ରେ ଥିବାବେଳେ ଅସନ୍ତା ୨୦୨୦ ବେଳକୁ ଏମାନେ ଡେଷ୍ଟିନେସନ୍ େୱଡିଂ କରିବାର ସମ୍ଭାବନା କହିଛି । ନିକଟରେ ଏକ ମାଗାଜିନ୍କୁ ଇଣ୍ଟରଭୁ୍ୟ ଦେଇଥିବା ଏମୀ ତାଙ୍କ ଓ ଜର୍ଜଙ୍କ ସମ୍ପର୍କ ବିଷୟରେ ଅନେକ କଥା ଖୋଲାଖୋଲି କହିଥିଲେ । ଏମୀଙ୍କ ଭାବିସ୍ୱାମୀ ଜର୍ଜ ଜଣେ ଆରବପତି ବ୍ୟବସାୟୀ । ଏମୀ ଶେଷଥର ପାଇଁ ହାଇ ବଜେଟ୍ ଫିଲ୍ମ ‘୨.୦’ରେ ନଜର ଆସିଥିଲେ । ବଲିଉଡ୍ରେ କାମ କରିବା ପୂର୍ବରୁ ଏମୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ । ୨୦୧୨ ମସିହାରେ ଏମୀ ଫିଲ୍ମ ‘ଏକ ଦୀୱାନା ଥା’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ।