ଏଚ୍ ଆଇଭି ଏଡ୍ସ ଏକ ଏମିତି ରୋଗ ଯାହାର ନାଁ ଶୁଣିଲେ ହିଁ ଲୋକେ ଡ଼ରିଯାଇଥାନ୍ତି । ଏହି ରୋଗରେ ପୀଡ଼ିତ ରୋଗୀମାନଙ୍କ ସହ କେହି କଥାବାର୍ତ୍ତା କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । କିଛି ଲୋକ ଅଛନ୍ତି ଯେଉଁମାନେ ଏଚ୍ଆଇଭି ରୋଗୀକୁ ଘୃଣ୍ୟ ନଜରରେ ଦେଖନ୍ତି । ଏହି ରୋଗ ପାଇଁ କୌଣସି ସ୍ଥାୟୀ ଚିକିତ୍ସା ଏପର୍ଯ୍ୟନ୍ତ ବାହାରି ପାରି ନଥିବା ବେଳେ ଏହି ରୋଗ ହେଲେ ମୃତୁ୍ୟ ସୁନିଶ୍ଚିତ । କି;ୁ ନିଜେ ଜଣେ ଏଚ୍ଆଇଭି ପୀଡ଼ିତ ବୋଲି ଜାଣିବା ପରେ ଜଣେ ମହିଳା ଯାହା କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ଅନ୍ୟର ଜୀବନ ବଞ୍ଚାଇବା ପାଇଁ କିଡ୍ନୀର ଆବଶ୍ୟକତା ଥିବା ଜାଣି ଜଣେ ଏଚ୍ଆଇଭି ପିଡ଼ିତା ମହିଳା ନିଜ କିଡ୍ନୀ ଦାନ କରିଛନ୍ତି । ୩୫ ବର୍ଷୀୟା ନୀନା ମାରାଟିନେଜ୍ ଜଣେ ଏଚ୍ଆଇଭି ରୋଗୀଙ୍କୁ ହିଁ କିଡ୍ନୀର ଦେଇଥିବା ଜଣାପଡ଼ିଛି । ସୋମବାର ନୀନାଙ୍କର ସଫଳ ଅସ୍ତ୍ରୋପଚାର କରାଯିବା ସହ କିଡ୍ନୀ କଢ଼ାଯାଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଯେଉଁ ରୋଗୀଙ୍କୁ ନୀନା କିଡ୍ନୀ ଦେଇଛନ୍ତି ତାଙ୍କୁ ଏବେ ଡାୟାଲିସିସ୍ କରିବାକୁ ପଡ଼ିବ ନାହିଁ ବୋଲି ଡ଼ାକ୍ତର କହିଛନ୍ତି । ଏକ ସାକ୍ଷାତକାର ଦେଇ ନିଜର ଏଭଳି କାମ କରିବା ପଛର କାରଣ ଜଣାଇଛନ୍ତି ନୀନା ।
ତାଙ୍କ କହିବା ଅନୁଯାୟୀ ଲୋକମାନେ ଏଭଳି ଏଚ୍ଆଇଭି ପିଡ଼ିତ ଲୋକମାନଙ୍କୁ ମୃତୁ୍ୟର ଉତ୍ସ ବୋଲି ଭାବିଥାନ୍ତି । କି;ୁ ମୁଁ ଜଣଙ୍କ ଜୀବନ ବଞ୍ଚାଇ ସେଭଳି ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରିଛି । ଛୋଟବେଳେ ଭୁଲ୍ ରକ୍ତ ଚଢ଼ାଇ ଦିଆଯିବା ପରେ ମୁଁ ଏଚ୍ଆଇଭିର ଶିକାର ହୋଇଥିବା ସେ କହିଛନ୍ତି ।
Prev Post
Next Post