ମେଷ : ଆଜି ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ । ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ ।
ବୃଷ : ବନ୍ଧୁ ସାମୟିକ ସହଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ କିଛି ପାରିବେ ନାହିଁ । ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇପାରେ ।
ମିଥୁନ : ଆଜି ପଡ଼ୋଶୀଙ୍କ ପରାମର୍ଶ କ୍ରମେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ଜଣେ ବାନ୍ଧବୀଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ ।
କର୍କଟ : ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇଲେ ମଧ୍ୟ କାର୍ଯ୍ୟ ହାସଲ ପାଇଁ ଯଥେଷ୍ଟ ହେବ ନାହିଁ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଦକ୍ଷତା ଓ ଦୃଢ଼ତା କେତେକ କ୍ଷେତ୍ରରେ ସାହାଯ୍ୟ କରିବ ।
ସିଂହ : ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ । କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।
କନ୍ୟା : ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହେବ ନାହିଁ । ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭକରି ସାମୂହିକ କାମରେ ଲୋକ ସମ୍ପର୍କ ସୃଷ୍ଟି କରିପାରିବେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ ।
ତୁଳା : ପୂର୍ବ ସ୍ଥିରୀକୃତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହୋଇପାରନ୍ତି । ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ ।
ବିଛା : ତରବରିଆ ପଦକ୍ଷେପ କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଓଲଟା ହୋଇଯିବ । ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ପରିବହନ ପାଇଁ ଦିନଟି ଭଲ ।
ଧନୁ : ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବୈବାହିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ । ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ ।
ମକର : ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ସମସ୍ୟା ଉପୁଜିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ପରିବାରର କୈାଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବାର ସୂଚନା ରହିଛି ।
କୁମ୍ଭ : ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଟେନ୍ସନ ଜମା ପିଛା ଛାଡିବ ନାହିଁ । କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ରର ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।
ମୀନ : ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ବନ୍ଧୁଙ୍କ ନିକଟରେ ବାକି ପଡିଥିବା ଟଙ୍କା ଆଜି ଚେଷ୍ଟା କଲେ ପାଇପାରିବେ । ପ୍ରଥମେ କାମଟି କରିସାରିବା ପରେ ଚିନ୍ତା କରି ମନସ୍ତାପ କରିବାକୁ ପଡ଼ିବ ।