ଆଜିର ରାଶିଫଳ (ଗୁରୁବାର)

ତା : ୦୩/୦୪/୨୦୨୫

0

ମେଷ : ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ବ୍ୟବସାୟ,ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି ।

ବୃଷ : ଆନୁଷ୍ଠାନିକ କ୍ଷେତ୍ରରେ ମିତ୍ର ବନ୍ଧୁରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ନୂତନ କର୍ମାରମ୍ଭରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ ।

ମିଥୁନ : କର୍ମକ୍ଷେତ୍ରରେ କଠିନ ସମସ୍ୟାର ସମାଧାନ ହୋଇଯିବ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ । ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି । ବନ୍ଧୁଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।

କର୍କଟ : କର୍ମକ୍ଷେତ୍ରରେ ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ବହୁପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।

ସିଂହ : କୌଣସି ନୂତନ କାର୍ଯ୍ୟରେ ହାତଦେଇ ସଫଳତା ପାଇବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହବେ ।

କନ୍ୟା : ଆଜିର ଯାତ୍ରା କୌଣସି କାରଣରୁ ସ୍ଥଗିତ ରହିଯାଇପାରେ । ହଠାତ୍‌ ପୁରାତନ ରୋଗର ପୀଡ଼ା ଅନୁଭବ ହେବାର ଆଶଙ୍କା ରହିଛି । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ।

ତୁଳା : ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁମନ୍ତବ୍ୟ ଦେଇପାରନ୍ତି । ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି । ପରିବହନ, ନିର୍ମାଣ, ଆଲୋଚନା, ସଭାସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ବହୁତ ଭଲ ।

ବିଛା : ବନ୍ଧୁମାନଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପାରିବାରିକ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ ।

ଧନୁ : ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ବନ୍ଧୁଙ୍କ ନିକଟରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପାରିବାରିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।

ମକର : ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ । ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ।

କୁମ୍ଭ : କର୍ମକ୍ଷେତ୍ରରେ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ପିଲାଙ୍କ ଉନ୍ନତିରେ ଖୁସି ଜାହିରର ଅବସର ମିଳିବ ।

ମୀନ : ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଅପୂରଣୀୟ ଅଭିଳାଶ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ । ସହକର୍ମୀଙ୍କ ସହ ବାଦବିବାଦ କ୍ରମେ ଜଟିଳ ହୋଇପାରେ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।

Leave A Reply

Your email address will not be published.