ଭୁବନେଶ୍ୱର, ୦୭/୦୪ : ବିଜେଡିରେ ଧୀରେ ଧୀରେ ବିଦ୍ରୋହର ସ୍ବର ବଢିବାରେ ଲାଗିଛି । ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ବର୍ତ୍ତମାନ ଦଳର ବିଭୀଷଣ ଭାବେ ପାଣ୍ତିଆନଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଷଡଯନ୍ତ୍ର ପଛରେ ପାଣ୍ତିଆନଙ୍କ ହାତ ରହିଛି । ସେପଟେ ବିଜେଡିର ବରିଷ୍ଠ ନେତା ମୁନ୍ନା ଖାଁଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ସଂଖ୍ୟାଲଘୁଙ୍କ ସ୍ବାର୍ଥ ଆମର ପ୍ରାଥମିକତା । ଦୁଇ ଦିନ ଭିତରେ ରାଜ୍ୟସଭାରେ ୱକଫ୍ ବିଲ୍ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ଘଟଣାର ସମାଧାନ କରିବି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲାଗି ନେବି। ସୂଚନାଯୋଗ୍ୟ ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ଗର୍ଜିଲେ ରାଜ୍ୟସଭା ସାଂସଦ ମୁନା ଖାଁ । କହିଲେ. ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟ ଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଉନାହାନ୍ତି କାହିଁକି? ବିଜେଡିରେ ଦୋମୁହାଁ ନୀତି ରଖିଥିବା ଲୋକଙ୍କର ଜାଗା ନାହିଁ ବୋଲି ପରୋକ୍ଷରେ ସସ୍ମିତଙ୍କୁ କହିଛନ୍ତି ମୁନା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ ।
ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ । ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ କିଏ କହିଲା ତାଙ୍କୁ ସମର୍ଥନ କରିବାକୁ । ମୋର ବିଶ୍ୱାସ ନବୀନ ବାବୁ ୱାକଫ୍ ବିଲକୁ ସମର୍ଥନ କରିବାକୁ କହିନଥିବେ କାରଣ ବିଜୁ ଜନତା ଦଳ ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟସଭାରେ ୱକଫ୍ ବିଲ୍ ସମର୍ଥନରେ ବିଜେଡିର ନିଷ୍ପତ୍ତି କାହିଁକି ବଦଳିଲା, ଏନେଇ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ । ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ ।ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ। ଅଧିକ ଦ୍ବନ୍ଦ୍ବ ନ ବଢାଇ ସ୍ପଷ୍ଟୀକରଣ ଦିଅନ୍ତୁ । ନବୀନ ପଟ୍ଟନାୟକ ସବୁ କଥା ଜାଣିଛନ୍ତି । ସସ୍ମିତ ପାତ୍ର କାହିଁକି ଏଭଳି କଲେ, ତାହା ନବୀନ କହିପାରିବେ। ଏଣୁ ନବୀନ ଦଳ ଲୋକଙ୍କୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ । କେଉଁ ପରିପ୍ରେକ୍ଷୀରେ ନିଷ୍ପତ୍ତି ବଦଳିଲା ବିଜେଡିକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ବିଜେଡିରେ ଏକ ବିଚିତ୍ର ସ୍ଥିତି ଉପୁଜିଛି। ପ୍ରକୃତ ଚିତ୍ର କଣ ତାହା ସ୍ପଷ୍ଟ ହେବା ଦରକାର । ପୂର୍ବରୁ ବଦ୍ରି ପାତ୍ର, ପ୍ରଭାତ ତ୍ରିପାଠୀ, ଦେବାଶିଷ ସାମନ୍ତରାୟ,ପ୍ରସନ୍ନ ଆଚାର୍ଯ୍ୟ ଓ ଗଣେଶ୍ବର ବେହେରାଙ୍କ ଭଳି ବରିଷ୍ଠ ନେତାମାନେ ବିସ୍ଫୋରକ ବୟାନ ଦେଇସାରିଛନ୍ତି ।