ନୂଆଦିଲ୍ଲୀ, ୧୦/୦୪ : କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ ଖୁସି ଖବର । ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ । ଶେଷ ଥର ପାଇଁ ୧୯୦୦ମସିହାରେ ଅଲିମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ । ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିଛି ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ୍ସ କମିଟି । ୨୦୨୮ ଅଲମ୍ପିକ୍ସକୁ ନେଇ ଏକ ନୂତନ ଅପଡେଟ୍ ଆସିଛି । ଏବେ କେବଳ ଟି-୨୦ ଫର୍ମାଟରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଯେଉଁଟି ଭାଗ ନେବେ ୬ଟି ମହିଳା ଓ ପୁରୁଷ ଦଳ । ଯେଉଁଥିରେ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ପ୍ରତିଯୋଗିତା ହେବ । ଅନ୍ୟପକ୍ଷରେ ୨୦୨୮ ଅଲମ୍ପିକ୍ସ କ୍ରିକେଟ ପାଇଁ ଯୋଗ୍ୟତା ପ୍ରକ୍ରିୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ସୂଚନାମୁତାବକ ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ୯୦ ଜଣ ଖେଳାଳୀ ଖେଳିବେ । ସମ୍ପୃକ୍ତ ଖେଳାଳୀ ୧୫ ଜଣିଆ ଦଳ ଚୟନ କରିପାରିବେ ।
ଯଦି ଆମେରିକା ଆୟୋଜକ ଦେଶ ଭାବରେ ସିଧାସଳଖ ପ୍ରବେଶ ପାଏ, ତେବେ ପ୍ରତ୍ୟେକ ବର୍ଗର ଅନ୍ୟ ୫ଟି ଦଳର ଯୋଗ୍ୟତା ମାଧ୍ୟମରେ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ୧୯୦୦ ମସିହାରେ ପ୍ୟାରିସରେ ଅନୁଷ୍ଠିତ ଅଲମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେତେବେଳେ କେବଳ ଫ୍ରାନ୍ସ ଏବଂ ଗ୍ରେଟ୍ ବ୍ରିଟେନ କ୍ରିକେଟରେ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଦଳ ମଧ୍ୟରେ ଦୁଇ ଦିନିଆ ମ୍ୟାଚ୍ କେଳାଯାଇଥିଲା । ଯାହାକୁ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚର ମାନ୍ୟତା ମିଳିଛି । କିନ୍ତୁ ଟି-୨୦ ଫର୍ମାଟରେ କ୍ରିକେଟ ଅଲିମ୍ପିକ୍ସ ଖେଳାଯିବ ।