ଭୁବନେଶ୍ୱର, ୧୪/୦୪ : କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଜଗତ ଜନନୀ ମା’ ତାରିଣୀ ପୀଠରେ ପାଳିତ ହେଉଛି ୮୯ ତମ ଚଇତି ପର୍ବ । ମା’ଙ୍କର ଏହି ପର୍ବକୁ ବେସ ଆଡମ୍ବର ସହ ୭ ଦିନ ଧରି ପାଳନ କରାଯାଇଥାଏ । ମହାବିଶୁବ ପଣାସଂକ୍ରାନ୍ତି ଦିନଟି ଚଇତି ପର୍ବର ମୂଖ୍ୟ ଦିନ ଭାବେ ପାଳନ କରାଯାଇଥାଏ । ଏହି ଦିନରେ ମା’ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି ପଣାସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ଲାଭ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଘଟଗାଁ ପୀଠରେ ମା’ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।