ଭୁବନେଶ୍ୱର, ୧୬/୦୪ : ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ଘୋଷଣା କରିଛନ୍ତି । ଆଜି ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଜିଲ୍ଲା ସଭାପତି ତାଲିକାରେ ବରିଷ୍ଠ, କନିଷ୍ଠ ଓ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କନ୍ଧମାଳରେ ବରିଷ୍ଠ ନେତା ପଦ୍ମନାଭ ବେହେରାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଦେବଗଡରେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ୧୮ ଜଣିଆ ଜିଲ୍ଲା ସଭାପତି ତାଲିକାରେ ୪ ଜଣ ଆଦବାସୀ ନେତା , ୪ରୁ ୫ ଜଣ ଓବିସି ନେତା ସ୍ଥାନ ପାଇଛନ୍ତି। ତାଲିକାରେ ଅଛନ୍ତି ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଓ ଓବିସି ନେତା । ଅନୁସୂଚିତ ଜାତି ନେତାଙ୍କୁ ମଧ୍ୟ ଗୁରୁତ୍ବ ମିଳିଛି ।
୧୮ ଜିଲ୍ଲା ବିଜେଡି ସଭାପତି
ଅନୁଗୁଳ – ବ୍ରଜ କିଶୋର ପ୍ରଧାନ, ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ – ଜଗନ୍ନାଥ ସ୍ୱାଇଁ, ଗଜପତି – ପ୍ରଦୀପ ନାୟକ, ବୌଦ୍ଧ – ପ୍ରଦୀପ କୁମାର ଅମାତ, ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୁରୀ – ଉମାକାନ୍ତ ସାମନ୍ତରାୟ, ନୟାଗଡ଼ – ରମେଶ ବେହେରା, ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁର – ସରୋଜ କୁମାର ମହାପାତ୍ର, ଝାରସୁଗୁଡା – ହରିସ ଗଂତ୍ରା, କନ୍ଧମାଳ – ପଦ୍ମନାଭ ବେହେରା, ମାଲକାନଗିରି – ମାନସ ମାଡକାମୀ, ମୟୁରଭଞ୍ଜ 1 – ସୁଦାମ ମାରାଣ୍ଡି, ନବରଙ୍ଗପୁର – ମନୋହର ରନ୍ଧାରୀ, ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ, ନୂଆପଡା – ଅବନୀ ରଞ୍ଜନ ଯୋଶୀ, ସୁବର୍ଣ୍ଣପୁର – ସରୋଜ କୁମାର କମ୍ପା ।