ଚାଷୀଙ୍କ ପାଇଁ ଖୁସିର ଖବର : ଏଥର ସ୍ଵାଭାବିକଠୁ ଅଧିକ ହେବ ମୌସୁମୀ ବର୍ଷା

0

ନୂଆଦିଲ୍ଲୀ, ୧୬/୦୪ : ଚାଷୀଙ୍କ ପାଇଁ ଖୁସିର ଖବର। ଚଳିତ ବର୍ଷ ମୌସୁମୀରେ ସମଗ୍ର ଦେଶରେ ସ୍ଵାଭାବିକଠୁ ହେବ ଅଧିକ ବର୍ଷା । ଆଇଏମଡି ଏହାର ସୂଚନା ଦେଇଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ମୌସୁମୀ ବର୍ଷା ସ୍ଵାଭାବିକଠୁ ୧୦୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଆଇଏମଡିର ଏହି ଭବିଷ୍ୟତବାଣୀ କୃଷି ଓ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର ନେଇ ଆସିଛି। କାରଣ କୃଷି କ୍ଷେତ୍ର ଭାରତୀୟ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୧୮ ପ୍ରତିଶତ ଯୋଗଦାନ ଦେଇଥାଏ। ଏହା ସହିତ ଆଇଏମଡି ପୂରା ମୌସୁମୀ ଋତୁରେ ଅଲ ନିନୋର ପ୍ରଭାବ ସମ୍ଭାବନାକୁ ଖଣ୍ଡନ କରିଛି। ସାଧାରଣତଃ ଦେଶରେ ମୌସୁମୀ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ। ଏହା ପରେ ଏହା ଧିରେ ଧିରେ ଆଗକୁ ବଢି ପୂରା ଦେଶରେ ଛାଇଥାଏ। ପୁଣି ସେପ୍ଟେମ୍ବର ମଧ୍ୟଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତଥାପି ଦେଶରେ କିଛି ଭାଗରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅନେକ ରାଜ୍ୟରେ ବହୁ ସଂଖ୍ୟାରେ ଲୁ ହେବାର ସମ୍ଭାବନା ଅଧିକ ରହିଛି। କିଛି ଭାଗରେ ମରୁଡ଼ି ପରି ସ୍ଥିତି ଉପୁଜିପାରେ। ପାନୀୟ ଜଳ ସଙ୍କଟ ଦେଖା ଦେଇପାରେ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.