ସୁଗାର କଣ୍ଟ୍ରୋଲ୍ କରିବ ଜାମୁକୋଳି ଗଛର ପତ୍ର

0

ଆୟୁର୍ବେଦରେ ଜାମୁକୋଳି ଗଛର ପତ୍ରକୁ ଅନେକ ପ୍ରକାରର ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ମୁଖ୍ୟତଃ ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା, ଅନେକ ପ୍ରକାରର ସମସ୍ୟା ଦୂର ହୋଇପାରିବ। ଏହା କେବଳ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରେ। ଆସନ୍ତୁ ଜାଣିବା ଜାମୁକୋଳି ପତ୍ର ଖାଇବାର ଲାଭ ।

ମଧୁମେହ ନିୟନ୍ତ୍ରଣ କରେ : ଜାମୁକୋଳି ଗଛର ପତ୍ରରେ ଏପରି ଏକ ପ୍ରାକୃତିକ ଉପାଦାନ ରହିଛି, ଯାହା ଶରୀରରେ ଚିନିର ଅବଶୋଷଣକୁ ଧୀର କରିଦିଏ। ଏହା ସାହାଯ୍ୟରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ।

ଓଜନ ହ୍ରାସ କରେ : ଜାମୁକୋଲି ଗଛର ପତ୍ର ଖାଇ ମେଟାବୋଲିଜିମ୍ ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଏହା ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ସହାୟକ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ଜାମୁକୋଲି ଗଛର ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ।

ରକ୍ତଚାପ ନିୟନ୍ତ୍ରଣ କରେ : ଜାମୁକୋଲି ଗଛର ପତ୍ରରେ ପୋଟାସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ।

ପାଟିର ଘା’ କମ କରେ : ଜାମୁକୋଲି ଗଛର ପତ୍ର ଚୋବାଇଲେ ଲାଳ ଗ୍ରନ୍ଥି ସକ୍ରିୟ ହୁଏ । ଯାହା ପାଟିରେ ଥିବା ଜୀବାଣୁକୁ ନଷ୍ଟ କରେ। ଏହା ପାଟିର ଦୁର୍ଗନ୍ଧ ଏବଂ ଘା’ରୁ ମୁକ୍ତି ଦିଏ ।

ପାଚନ ଶକ୍ତି ବୃଦ୍ଧି କରେ : ଏହି ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମେଟୋରୀ ଗୁଣ ଅଛି ଯାହା ପାଚନ କ୍ରିୟାକୁ ମଜବୁତ କରେ। ଗ୍ୟାସ୍, ବଦହଜମୀ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଜାମୁକୋଲି ଗଛର ପତ୍ର ।

Leave A Reply

Your email address will not be published.