ନୂଆଦିଲ୍ଲୀ,୧୯/୦୪ : ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍, ଅଗ୍ନିଶମ କର୍ମଚାରୀ ଏବଂ ଦିଲ୍ଲୀ ପୋଲିସର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଆହୁରି କହିଛି, ସେମାନେ କୋଠା ଭୁଶୁଡ଼ିବା କାରଣ ଖୋଜୁଛନ୍ତି।