ମାଟିତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ

0

ଭୁବନେଶ୍ୱର, ୨୦/୦୪ : ମାଟିତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । କମ୍ବିଂ ଅପରେସନ ବେଳେ ଜବତ କରିଛନ୍ତି ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପିଲିସୁମମଣ୍ଡି ଜଙ୍ଗଲରେ ବିଏସଏଫ ଯବାନଙ୍କ କମ୍ବିଙ୍ଗ ଅପରେସନ ବଡ଼ ମାଓ ଡ଼ମ୍ପ ଠାବ ହୋଇଛି । ମାଟି ତଳେ ଦୁଇଟି ବନ୍ଧୁକ ଓ ବହୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ଯବାନଙ୍କୁ ଟାର୍ଗେଟ କରିବାକୁ ଲୁଚାଇ ରଖିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଓ ଡମ୍ପ ଠାବ କରିଥିଲେ ବିଏସଏଫ ଯବାନ ।

Leave A Reply

Your email address will not be published.