୧୪ ମେ’ରେ ବୃହସ୍ପତି ଚଳନ : ଏହି ରାଶିର ବଦଳିଯିବ ଭାଗ୍ୟ

0

ଗୁରୁ ଗ୍ରହ ବୃହସ୍ପତିଙ୍କ ଚଳନ ଜାତକରେ ଅନେକ ପ୍ରଭାବ ପକାଇଥାଏ । ଗୁରୁଙ୍କୁ ଧନ, ପୂଜା, ଜ୍ଞାନ, ଧର୍ମ ଓ ବିବାହର କାରକ ବୋଲି କୁହାଯାଏ । ଜାଣନ୍ତୁ ଗୁରୁଙ୍କ ଚଳନ ଫଳରେ କେଉଁ କେଉଁ ରାଶି ବିଶେଷ ଭାଗ୍ୟବାନ୍‌ ହେବେ..

ଚଳିତ ବର୍ଷ ଗୁରୁ ଗ୍ରହ ୧୪ ମେ’ ୨୦୨୫ରେ ରାତି ପ୍ରାୟ ୧୧ଟା ୨୦ରେ ଚଳନ କରିବେ । ମିଥୁନ ରାଶିରେ ଚଳନ କରିବେ । ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡ଼ିଲେ ମଧ୍ୟ କିଛି ରାଶିଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ ।

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ସକରାତ୍ମକ ଫଳ ମିଳିବ । କାମରେ ସଫଳତା ସହ ଶୁଭ ଖବର ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ହଠାତ୍‌ ଧନ ମିଳିବ।

ବୃଷ – ଶୁଭଫଳ ମିଳିବ। ଧନ-ସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ। ଜୀବନରେ ଖୁସି ପ୍ରବେଶ କରିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନରେ ଥିବା ସମସ୍ୟା ଦୂର ହେବ।

ମିଥୁନ – ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବିବାହରେ ଥିବା ସମସ୍ୟା ଦୂର ହେବ । ଚାକିରି, ବ୍ୟବସାୟରେ ଉନ୍ନତି ହେବ ।

ସିଂହ – ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ପଦନ୍ନୋତିର ଯୋଗ ରହିଛି । ପୂର୍ବ ଅପେକ୍ଷା ଅଧିକ ଶୁଭଫଳ ପ୍ରାପ୍ତି ହେବ ।

ତୁଳା – ସକରାତ୍ମକ ଫଳ ମିଳିବ । ଚାକିରିରେ ପଦନ୍ନୋତି ସହ ବ୍ୟବସାୟରେ ବଡ ଲାଭ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାଗ୍ୟ ଚମକିବ । କାମରେ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

କୁମ୍ଭ – ଧନ ଲାଭର ଯୋଗ ରହିଛି । ସନ୍ତାନଙ୍କ ଚିନ୍ତା ଦୂର ହେବ । କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ ।

Leave A Reply

Your email address will not be published.