ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜରଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ : ସୁରେନ୍ଦ୍ର କୁମାର
ଭୁବନେଶ୍ୱର,୧୮/୪ : ଗତକାଲି କନ୍ଧମାଳରେ ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କୁ ଭାରତୀୟ ନିର୍ବାଚନ କମିସନଙ୍କ ବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କର୍ତ୍ତବ୍ୟ ସଂପାଦନ କରିବା ସମୟରେପୋଲିଂ ସୁପରଭାଇଜର ମୃତ୍ୟୁବରଣ କରିଥିବାରୁ ତାଙ୍କୁ ନିୟମ ମୁତାବକ ଅନ୍ୟୁନ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ତାଙ୍କର ନକଟତମ ସଂପର୍କୀୟଙ୍କୁ ଏହି ଅର୍ଥ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯିବ।