୨୩ ତାରିଖରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୮/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ତାରିଖରେ ଓଡ଼ିଶା ଆସିବେ । ସେ ୨୩ ତାରିଖରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ବିଜେପିର “ବିଜୟ ସଂକଳ୍ପ” ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଠିକ୍ ସେହିପରି ଆସନ୍ତାକାଲି (୧୯ ତାରିଖ) ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବେ ବୋଲି ବି ସୂଚନା ଦିଆଯାଇଛି। ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼, କଟକ ସଦରରେ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି।