ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ଟି ପ୍ରସ୍ତାବ ଉପରେ ମାଜିଲା ମୋହର

0

ଭୁବନେଶ୍ୱର, ୨୩/୦୪ : ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ଓଡ଼ିଶା କ୍ୟାବିନେଟ୍ ସାତଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଦୀର୍ଘ ଅଢେଇ ଘଣ୍ଟା ଧରି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା । ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଉପରେ ଆଲୋଚନା ହୋଇଛି ଏହାସହ ବିକଶିତ ଓଡ଼ିଶା କଥା କୁହାଯାଉଛି, ସେ ସଂକ୍ରାନ୍ତରେ ମଧ୍ୟ ଏକ ଡ଼କ୍ୟୁମେଣ୍ଟାରି ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ମଧ୍ୟରୁ ସାତଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ଖୁବ୍ ଶୀଘ୍ର ସରକାର ପ୍ରଦାନ କରିବେ।

Leave A Reply

Your email address will not be published.