ଆପଣ ପ୍ରଖର ଦୃଷ୍ଟି ଶକ୍ତି ଚାହୁଁଛନ୍ତି କି ? : ଥରେ ଖାଆନ୍ତୁ ଏହି ପରିବା

0

ଯଦି ଆପଣ ସପ୍ତାହରେ ଦୁଇରୁ ତିନିଥର ନିୟମିତ ଭାବରେ କ୍ୟାପସିକମ ଖାଦ୍ୟରେ ଗ୍ରହଣ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ । କ୍ୟାପସିକମ୍ ହେଉଛି ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର ଏପରି ଏକ ପରିବା, ଯାହା ସବୁଜ, ଲାଲ, ହଳଦିଆ ଏବଂ କମଳା ରଙ୍ଗରେ ମିଳିଥାଏ। ଏଥିରେ ବହୁତ କମ୍ କ୍ୟାଲୋରୀ ଥାଏ କିନ୍ତୁ ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇ ରହିଥାଏ। ତେଣୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥିଏ । କ୍ୟାପସିକମ୍‌ରେ ଭିଟାମିନ୍ ସି ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଚର୍ମ ପାଇଁ ବହୁତ ଲାଭଦାୟକ। ଏଥିରେ ଆୟରନ୍‌ ମଧ୍ୟ ଥାଏ, ଯାହା ରକ୍ତହୀନତାକୁ ରୋକେ। କ୍ୟାପସିକମ୍ ହାଡ଼ଠାରୁ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ ସବୁକିଛି ମଜବୁତ କରିପାରେ। ଆସନ୍ତୁ ଜାଣିବା ଏହାର କିଛି ଲାଭ ବିଷୟରେ।

ଜାଣନ୍ତୁ ଏହା ବିଷୟରେ…

ଦୃଷ୍ଟି ଶକ୍ତି ପ୍ରଖର କରିଥାଏ : ହେଲଥଲାଇନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କ୍ୟାପସିକମ୍ ଖାଇବା ଦ୍ୱାରା ଆପଣ ଈଗଲ୍‌ ସଦୃଶ ଦୃଷ୍ଟି ଶକ୍ତି ପାଇପାରିବେ । କାରଣ ଏହା ବୟସଜନିତ ଆଖି କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ଏହା ମୋତିଆବିନ୍ଦୁ ହେବାର ଆଶଙ୍କା ହ୍ରାସ କରେ । କ୍ୟାପସିକମ୍‌ରେ ଲ୍ୟୁଟିନ୍ ଏବଂ ଜିକ୍ସାଥିନ୍‌ ନାମକ ଯୌଗିକ ଥାଏ ଯାହା ଆଖିକୁ ସମସ୍ତ ପ୍ରକାରର ସୁରକ୍ଷା ଦିଏ । ଏଥିରେ ଭିଟାମିନ୍ ଏ ଏବଂ ବିଟା-କେରାଟିନ୍ ଥାଏ, ଯାହା ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ ।

ତ୍ୱଚାର ଚମକ ବଜାୟ ରଖେ : କ୍ୟାପସିକମ୍‌ର ତ୍ୱଚା ପାଇଁ ସବୁଠାରୁ ଅଧିକ ଲାଭଦାୟକ । ଏଥିରେ ଭିଟାମିନ୍ ସି ସହିତ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ତ୍ୱଚାରେ କୋମଳତା ଆଣିଥାଏ । ଏହା ଚର୍ମ ସଂକ୍ରମଣ ହେବାକୁ ଦିଏ ନାହିଁ ଏବଂ କୋଲାଜେନ ଉତ୍ପାଦନକୁ ମଧ୍ୟ ବୃଦ୍ଧି କରେ।

ହୃତପିଣ୍ଡକୁ ମଜବୁତ କରେ : କ୍ୟାପସିକମ୍ ହୃତପିଣ୍ଡ ପାଇଁ ମଧ୍ୟ ପାଇଁ ବହୁତ ଲାଭଦାୟକ । କ୍ୟାପସିକମ୍‌ରେ ପୋଟାସିୟମ୍, ଫସଫରସ୍, ଭିଟାମିନ ସି, ଜିଙ୍କ ଭଳି ଉପାଦାନ ରହିଛି, ଯାହା ହୃତପିଣ୍ଡର ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କ୍ୟାପସିକମ୍ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୁଏ।

ଗଣ୍ଠି ଯନ୍ତ୍ରଣାରେ ଲାଭଦାୟକ : କ୍ୟାପସିକମ୍ ଗଣ୍ଠି ଯନ୍ତ୍ରଣାରେ ଆରାମ ପ୍ରଦାନ କରେ। ପ୍ରକୃତରେ କ୍ୟାପସିକମ୍‌ରେ ପ୍ରଦାହ-ବିରୋଧୀ ଗୁଣ ରହିଛି, ଯାହା ପ୍ରଦାହକୁ ହ୍ରାସ କରେ। ଶରୀରରେ ପ୍ରଦାହ ଯୋଗୁଁ ସନ୍ଧି ଯନ୍ତ୍ରଣା ହୋଇଥାଏ, ଯାହାର ଅନେକ କାରଣ ରହିଛି।

କର୍କଟ ରୋଗର ଆଶଙ୍କା ହ୍ରାସ କରେ : କ୍ୟାପସିକମ୍‌ କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିପାରିବ। କିଛି ଅଧ୍ୟୟନରୁ ଜଣାପଡିଛି ଯେ, କ୍ୟାପସିକମରେ ମିଳୁଥିବା ଲାଇକୋପିନ୍, ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା କର୍କଟ ରୋଗକୁ ରୋକିଥାଏ ଏବଂ କର୍କଟ କୋଷର ବୃଦ୍ଧିକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.