ନୂଆଦିଲ୍ଲୀ,୨୮/୦୪: ଶକ୍ତିଶାଳୀ ହେବ ନୌସେନା । ଜଳପଥରେ ଶତ୍ରୁକୁ ଚମକା ଦେବ ଭାରତ । ବାୟୁସେନା ପରେ ନୌସେନକୁ ମିଳିବାକୁ ଯାଉଛି ରାଫେଳ ବଳ । ଆଜି ଫ୍ରାନ୍ସ ସହ ମେଗା ରାଫେଲ ଡିଲ କରିବ ଭାରତ । ୬୩ ହଜାର କୋଟିରେ ୨୬ଟି ରାଫେଲ ଲଢୁଆ ବିମାନ କିଣିବ ଭାରତ । ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ୍ ସିଟର ରାଫେଲ ଜେଟ୍ କିଣିବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଶତ୍ରୁ ଦେଶକୁ ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତ । କୌଣସି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ଏହାରି ଭିତରେ ନୌସେନାକୁ ରାଫେଲ ବଳ ମିଳିବା ଦେଶ ପାଇଁ ଶକ୍ତିଶାଳୀ ସବ୍ୟସ୍ତ ହୋଇପାରେ । ଡିଲ୍ ସ୍ୱାକ୍ଷର ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ଚୁକ୍ତି ପରେ ୨୦୨୯ର ଶେଷ ସୁଦ୍ଧା ବିମାନ୍ ଡେଲିଭରୀ ହେବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାକୁ ମିଳିବ ୨୬ ରାଫେଲ୍ ବିମାନ୍ । ଏହି ରାଫେଲ ଏମ୍ ବିମାନକୁ ଆଇଏନଏସ ବିକ୍ରାନ୍ତ ଏବଂ ଆଇଏନଏସ ବିକ୍ରମାଦିତ୍ୟ ପରି ଏୟାରକ୍ରାପ୍ଟ କ୍ୟାରିୟର୍ସରେ ଅପଡେଟ୍ କରାଯିବ । ରାଫେଲ୍-ଏମ୍ ବିଶେଷତ୍ୱ- ଫ୍ରାନ୍ସର ରାଫେଲ-ଏମ୍ ବିମାନକୁ ଏକ ଆଡଭାନ୍ସଡ ଯୁଦ୍ଧ ବିମାନ ଭାବେ ବିବେଚନା କରାଯାଉଛି । ଭାରତର ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅନ୍ୟ ବିମାନକୁ ଏହା କମାଣ୍ଡ କରିବ । ଏହା ୨,୨୨୨ କିମିରେ ଗତି କରିବ । ଏହାର କୋମ୍ୱାକ୍ଟ ରେଞ୍ଜ ୧,୮୫୦ କିମିରୁ ଅଧିକ । ଏଥିରେ ଆକାଶମାର୍ଗରେ ଇନ୍ଧନ ଭରିବାର ସୁବିଧା ରହିଛି । ଏଇଏସଏ ରଡାର ଏବଂ ସ୍ପେକ୍ଟ୍ରା ଇଲେକ୍ଟ୍ରୋନିକ ସିଷ୍ଟମ ରହିଛି ।