ଅଜବ ପରମ୍ପରା

ଚୀନ୍‌ ସଭ୍ୟତା ବିଶ୍ୱର ସବୁଠୁ ପୁରୁଣା ସଭ୍ୟତା । ତେଣୁ ଏଠାରେ ବିଭିନ୍ନ ପ୍ରକାର ନୀତିନିୟମ ରହିଛି । ଏଠାରେ ପ୍ରଚଳିତ କେତେକ ନିୟମ ଲୋକଙ୍କ ମନୋରଞ୍ଜନ କରୁଥିବାବେଳେ ଆଉ କିଛି ନିୟମ ଲୋକଙ୍କୁ ସ୍ତମ୍ଭୀଭୂତ କରିଦିଏ ।
ଚୀନ୍‌ର ଡୋଙ୍ଗ ସମ୍ପ୍ରଦାୟରେ ଦୀର୍ଘ ୪୦୦ ବର୍ଷ ଧରି ଏକ ବିଚିତ୍ର ପ୍ରଥା ପ୍ରଚଳିତ । ଦକ୍ଷିଣ ଚୀନ୍‌ର ବାଓଜିଆଙ୍ଗରେ ପ୍ରଚଳିତ ଏହି ପରମ୍ପରାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକ ଆସନ୍ତି । ଗୋଟିଏ ଷ„କୁ ଗାଁ ସାରା ବୁଲାଯାଏ । ଗାଁର ପ୍ରତ୍ୟେକ ଘର ଘର ବୁଲିବୁଲି ଦୁର୍ଭାଗ୍ୟ ଏକତ୍ର କରିବା ପରେ ଷ„କୁ ଲାଲ୍‌ ରଙ୍ଗର ଫୁଲରେ ସଜାଯାଏ । ଗୋଟିଏ ମଜଭୁତ ଗଛ ଦେଖି ଷ„କୁ ସେଥିରେ ଟାଙ୍ଗି ଦିଆଯାଏ । ଷ„ଟିର ଯେତେପର୍ଯ୍ୟନ୍ତ ମୃତୁ୍ୟ ହୋଇନାହିଁ ସେଯାବତ୍‌ ତାକୁ ଗଛରୁ ଓହ୍ଲାଯାଏ ନାହିଁ । ଏପରି କରିବା ଦ୍ୱାରା ଡୋଙ୍ଗ ସମ୍ପ୍ରଦାୟରେ ସୋଭାଗ୍ୟ ଆସିଥାଏ ବୋଲି ବିଶ୍ୱାସ କରାଯାଏ । ଏହି ପ୍ରଥାକୁ ଦେଖୁଥିବା ଲୋକଙ୍କର ମଧ୍ୟ ସୋଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପ୍ରତ୍ୟେକ ବର୍ଷ ଜୁନ୍‌ ୨ରେ ଏହି ପର୍ବ ପାଳନ କରାଯାଏ ।