ୟୁନିଭର୍ସିଟି ଅଫ୍‍ ୱାଶିଂଟନ ଦ୍ୱାରା ସମ୍ମାନୀତ ହେଲେ ଡ. ଅଚ୍ୟୁତ ସାମନ୍ତ

0

ଭୁବନେଶ୍ୱର, ୨୪/୦୫ : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆମେରିକା ଗସ୍ତ ଅବସରରେ ଗୁରୁବାର ସିଆଟେଲସ୍ଥିତ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ଅଫ୍‍ ୱାଶିଂଟନ ଦ୍ୱାରା ତାଙ୍କୁ ସମ୍ମାନୀତ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଡ. ସାମନ୍ତଙ୍କୁ ୟୁନିଭର୍ସି୍ଟି ଅଫ୍‍ ୱାଶିଂଟନ ପକ୍ଷରୁ ସାର୍ଟିଫିକେଟ ଅଫ୍‍ ରେକଗନିସନ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ୟୁନିଭର୍ସିିଟି ଅଫ୍‍ ୱାଶିଂଟନର କୁଳାଧିପତି ଓ ବିଶ୍ୱବିଦ୍ୟାଳୟର ସଭାପତି ଉପସ୍ଥିତ ଥିଲେ। ପରେ ଡ. ସାମନ୍ତ ୟୁନିଭର୍ସିୁଟି ଅଫ୍‍ ୱାଶିଂଟନ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଇଭାନ୍ସ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ଆଣ୍ଡ୍ ଗଭର୍ଣ୍ଣାନ୍ସ୍ ଓ ବୋଥେଲ ସ୍କୁଲ ଅଫ୍ ବିଜନେସ ସହିତ କିଟ୍‍ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ କିଟ୍‍ ଛାତ୍ରଛାତ୍ରୀମାନେ ଆମେରିକାରେ ସ୍ୱଳ୍ପ-ଅବଧି ବିଶିଷ୍ଟ ଶିକ୍ଷା ଲାଭ କରିପାରିବେ। ଏହା ଦ୍ୱାରା କିଟ୍‍ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ପାଇଁ ଏକ ନୂତନ ବିଶ୍ୱସ୍ତରୀୟ ଶିକ୍ଷଣ ସୁଯୋଗ ଖୋଲିବ। ୟୁନିଭର୍ସିହଟି ଅଫ୍‍ ୱାଶିଂଟନ ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ। ଏହା ୧୬୫ ବର୍ଷର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଏହି ଅବସରରେ ଡ. ସାମନ୍ତ ସିଆଟେଲରେ ରହି ଶିକ୍ଷା, ଆଇନ ଏବଂ ବିଶ୍ୱ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରେରଣାଦାୟକ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ । ଡ. ସାମନ୍ତ ସିଆଟେଲସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ପରେ ନିଉୟର୍କରେ ସ୍ୱାମୀ ନାରାୟଣ ମନ୍ଦିର ଦର୍ଶନ କରିଥିଲେ।

Leave A Reply

Your email address will not be published.