ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ ପଢିବେ ରାଜସ୍ଥାନର ଛାତ୍ର-ଛାତ୍ରୀ

ଜୟପୁର,୧୬/୫: ପୁଲଓ୍ଵାମା ହମଲା ପରେ ପାକିସ୍ତାନ ବିରୋଧରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ ଉପରେ କଂଗ୍ରେସ ଅନେକ ପ୍ରଶ୍ନ କରୁଥିଲେ ମଧ୍ୟ କଂଗ୍ରେସ ଶାସିତ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଏକ ପୁସ୍ତକରେ ଶତ୍ରୁ ଦେଶ ଯାଇ ନିଜର ଅଦ୍ୟମ ସାହାସ ଓ ଧୈର୍ଯ୍ୟ ଦେଖାଇଥିବା ଅଭିନନ୍ଦନଙ୍କ ବୀରତ୍ଵର କାହାଣୀକୁ ସାମିଲ କରିଛି। ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷା ବର୍ଷରେ ଛାତ୍ର-ଛାତ୍ରୀ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ ପଢିବେ।

ଏହି ବିଷୟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଦେଶର ବୀର ଅଭିନନ୍ଦନଙ୍କ କାହାଣୀ ତାଙ୍କର ପାକିସ୍ତାନରୁ ଫେରିବା ପରେ ରାଜସ୍ଥାନର ମାଧ୍ୟମିକ ବୋର୍ଡର ପୁସ୍ତକରେ ସାମିଲ କରାଯିବାକୁ ସୁପାରିଶ କରାଯାଇଥିଲା। ଏବେ ଚଳିତ ବର୍ଷଠୁ ରାଜ୍ୟର ନବମ ଶ୍ରେଣୀର ଛାତ୍ର-ଛାତ୍ରୀ ଅଭିନନ୍ଦନଙ୍କ ଶୌର୍ଯ୍ୟ ଓ ବୀରତ୍ଵର ଗାଥା ନିଜର ସାମାଜିକ ବିଜ୍ଞାନ ବହିରେ ପଢିବେ।