ନୂଆଦିଲ୍ଲୀ, ୦୩/୦୬ : ଆଜି ଆଇପିଏଲ ୨୦୨୫ ଫାଇନାଲ । ଟ୍ରଫି ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ପଞ୍ଜାବ ଓ ବେଙ୍ଗାଲୁରୁ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ହେବ ଜବରଦସ୍ତ ଟକ୍କର । ୧୧ବର୍ଷ ପରେ ପଞ୍ଜାବ ଫାଇନାଲ୍ ଖେଳିବାକୁ ଯାଉଛି । ୯ ବର୍ଷ ପରେ ଫାଇନାଲରେ ମୈଦାନକୁ ଓହ୍ଲାଇବ ରସିବ ମୁମ୍ବାଇକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ପଞ୍ଜାବ । ୨୦୦ରୁ ଅଧିକ ରନ୍ କରି କେବେବି ମୁମ୍ବାଇ ପରାଜୟ ବରଣ କରିନଥିଲା ହେଲେ ଅଧିନାୟକ ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ମ୍ୟାଚର ଫଳାଫଳ ପଞ୍ଜାବ ସପକ୍ଷରେ ଯାଇଥିଲା । ୧୮ ବର୍ଷ ପରେ ଯେତେବେଳେ ସ୍ୱପ୍ନ ସତ ହେବାକୁ ଯାଉଛି ସେତେବେଳେ ଉତ୍ସାହ ତ ରହିବ, ଉତ୍କଣ୍ଠା ରହିବ, ଆଉ ହାର୍ଟବିଟ୍ ବି ବଢ଼ିବ । କାରଣ ଏଥର ଆଇପିଏଲକୁ ମିଳିବାକୁ ଯାଉଛି ନୂଆ ବିଜେତା । କ୍ୱାଲିଫାୟାର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଦଳ । ଅଧିନାୟକ ଶ୍ରେୟସ କହିଥିଲେ, ଆମେ ଲଢ଼େଇ ହାରିଛୁ ଯୁଦ୍ଧ ନୁହେଁ… ଆଉ କ୍ୱାଲିଫାୟାର-୨ ଲଢ଼େଇରେ ଜବରଦସ୍ତ କମବ୍ୟାକ୍ କରି ଏକଥାକୁ ସତ ପ୍ରମାଣିତ ବି କରିଛନ୍ତି ଶ୍ରେୟସ । ଆୟରଙ୍କ ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ ବିଧ୍ୱଂସୀ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହ ଆଇପିଏଲର ସଫଳ ଅଧିନାୟକ ତାଲିକାରେ ମଧ୍ୟ ଯୋଡି ହୋଇଛି ଶ୍ରେୟସଙ୍କ ନାଁ । ୩ ଟି ଅଲଗା ଅଲଗା ଦଳକୁ ଫାଇନାଲରେ ପହଞ୍ଚାଇବାରେ ସେ ହୋଇଛନ୍ତି ପ୍ରଥମ ଅଧିନାୟକ । ମୋଦୀ ଷ୍ଟାଡିୟମରେ କିଏ କରିବ ମ୍ୟାଜିକ୍ ? କାହା ଅପେକ୍ଷାର ହେବ ଅନ୍ତ, ଅଧୁରା ରହିବ କାହା ସ୍ୱପ୍ନ ? ବିଜୟର ଟୀକା ପିନ୍ଧିବ ବେଙ୍ଗାଲୁରୁ ନା ଟ୍ରଫି ଅକ୍ତିଆର କରିବ ପଞ୍ଜାବ ।
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ, ଜୋସ୍ ଇଙ୍ଗ୍ଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମାରଜାଇ, କାଇଲ ଜାମିସନ୍, ହରପ୍ରୀତ୍ ବ୍ରାର୍, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ଆର୍ସିବି : ବିରାଟ କୋହଲି, ଫିଲ୍ ସଲ୍ଟ, ମୟଙ୍କ ଅଗ୍ରୱାଲ୍, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଲିୟାମ ଲିଭିଂଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ୟଶ୍ ଦୟାଲ, ଜୋସ୍ ହାଜେଲଉଡ୍, ସୂୟାଶ ଶର୍ମା।