ନୂଆଦିଲ୍ଲୀ, ୧୬/୦୬ : ଉତ୍ତର ପ୍ରଦେଶ ଅମରୋହାରେ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣ ମୃତ୍ୟୁବରଣ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅମରୋହାର ଅତରାସି ଗାଁ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । କାରଖାନାରେ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ପାଖାପାଖି ୧୫ ମିନିଟ ଯାଏଁ ବିସ୍ଫୋରଣ ହୋଇଥିଲା । ଏଠାରେ ୨୫ ଜଣ ପୁରୁଷ ଏବଂ ମହିଳା କାମ କରୁଥିଲେ । ବିସ୍ଫୋରଣରେ ୫ ଜଣ ମୃତ୍ୟୁବରଣ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ବରିଷ୍ଠ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବିସ୍ଫୋରଣର କାରଣ ଜଣାପଡ଼ି ନଥିବାବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଗ୍ନିଶମ ଟିମ୍ ମଧ୍ୟ ପହଞ୍ଚିଛି ।
