ରଜ ତିନି ଦିନରେ ନନ୍ଦନକାନନରେ ୭୮,୩୨୨ ଜଣ ପର୍ଯ୍ୟଟକ

ଭୁବନେଶ୍ୱର/ବାରଙ୍ଗ ,୧୬/୬ : ଶେଷ ରଜରେ ନନ୍ଦନକାନନରେ ୧୮,୧୩୪ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ଟିକେଟ କରିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରୁ ଏହା ଜଣାପଡିଛି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୧,୨୭୪ ଖଣ୍ଡ ଟିକେଟ ବିକ୍ରି ହୋଇ ଥିବା ସୂଚନା ମିଳିଛି । ରଜ ତିନି ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମୋଟ ୭୮,୩୨୨ ଜଣ ଆସିଥିବା ଟିକେଟ ବିକ୍ରିରୁ ଜଣାପଡିଛି।

ଏହା ପୂର୍ବରୁ ନନ୍ଦନକାନନ ପକ୍ଷରୁ କୁହାଯାଇଥିଲା, ରଜ ମହୋତ୍ସବର ଦ୍ୱିତୀୟ ଦିନରେ, ନନ୍ଦନକାନନରେ ୩୯,୫୮୨ ଜଣ ଦର୍ଶକଙ୍କ ଆଗମନ ରେକର୍ଡ କରାଯାଇଛି। ସେଥି ମଧ୍ୟରୁ ପ୍ରାଣୀ ଉଦ୍ୟାନକୁ ୩୭,୧୦୮ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୨,୪୭୪ ଜଣ ଦର୍ଶକ ଆସିଥିଲେ। ସୁରକ୍ଷା ଏବଂ ପରିଦର୍ଶକଙ୍କ ସହାୟତା ବ୍ୟବସ୍ଥା ସଠିକ୍ ଭାବରେ କରାଯାଇଥିଲା, ଯାହା ସୁଗମ ପରିଚାଳନାକୁ ସୁନିଶ୍ଚିତ କରିଥିଲା।

ଚଳିତ ବର୍ଷ ରଜ ମହୋତ୍ସବର ପ୍ରଥମ ଦିନରେ ନନ୍ଦନକାନନରେ ୨୪,୮୫୬ ଜଣ ପରିଦର୍ଶକ ଆସିଥିଲେ। ଭିଡ଼ ପରିଚାଳନା ପାଇଁ ୧୦୬ ଜଣ ସୁରକ୍ଷା କର୍ମୀ ଏବଂ ୩୨ ଜଣ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯାଇଥିଲା। ପର୍ଯ୍ୟଟକଙ୍କ ଆରାମ ପାଇଁ ୩୨ଟି ପାନୀୟ ଜଳ ପଏଣ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରଜରେ ନନ୍ଦନକାନନରେ ୧୮,୧୩୪ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ଟିକେଟ କରିଥିବା ପର୍ଯ୍ୟଟକଙ୍କ ସଂଖ୍ୟାରୁ ଏହା ଜଣାପଡିଛି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୧,୨୭୪ ଖଣ୍ଡ ଟିକେଟ ବିକ୍ରି ହୋଇ ଥିବା ସୂଚନା ମିଳିଛି । ରଜ ତିନି ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଏହାର ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମୋଟ ୭୮,୩୨୨ ଜଣ ଆସିଥିବା ଟିକେଟ ବିକ୍ରିରୁ ଜଣାପଡିଛି।

SBI AD