ନୂଆଦିଲ୍ଲୀ, ୧୭/୭ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ୨୦ ବର୍ଷର ସତ୍ତାକୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ଆଉ ଖାସ୍ ଏଥିପାଇଁ ଲୋକଙ୍କ ପାଇଁ ନୂଆ ଘୋଷଣା କରିଛନ୍ତି । କୋଟିଏ ରୋଜଗାର ଦେବା ପାଇଁ ଘୋଷଣା କରିବା ପରେ ଏବେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଆମେ ଲୋକଙ୍କୁ ଶସ୍ତା ଦରରେ ସମସ୍ତଙ୍କୁ ବିଜୁଳି ଦେଉଛୁ । ବର୍ତ୍ତମାନ ଆମେ ଚେଷ୍ଟା କରୁଛୁ ଯେ, ୧ ଅଗଷ୍ଟ ୨୦୨୫ରୁ ଅର୍ଥାତ ଜୁଲାଇ ମାସରୁ ବିଜୁଳି ଦରରେ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେବୁ । ଏଥିପାଇଁ ୧ ଟଙ୍କା ବି ପଡ଼ିବନି । ଏଥିରେ ରାଜ୍ୟର ସୁମଦାୟ ୧ କୋଟି ୬୭ ଲକ୍ଷ ପରିବାରକୁ ଲାଭ ମିଳିବ ।
ଆଗାମୀ ୩ ବର୍ଷରେ ଏହି ସମସ୍ତ ଘରୋଇ ଉପଭୋକ୍ତାମାନଙ୍କ ସହମତିକୁ ନେଇ ତାଙ୍କ ଘରର ଛାତଗୁଡ଼ିକ ଉପରେ କିମ୍ବା ଘର ପାଖରେ ସୌରଶକ୍ତି କେନ୍ଦ୍ର ସ୍ଥାପନ କରି ଲାଭ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳିର ଘୋଷଣା କରିଛନ୍ତି । ଅଗଷ୍ଟ ୧ରୁ ରାଜ୍ୟର ସମସ୍ତ ଘରକୁ ୧୨୫ ୟୁନିଟର ମାଗଣା ବିଜୁଳି ମିଳିବାର ଘୋଷଣା ସେ ଏକ୍ସ ମାଧ୍ୟମରେ ଜଣାଇଛନ୍ତି । ବିହାରରେ ଏବେ ବିଧାନସଭା ନିର୍ବାଚନକୁ ଅନେକ ଦିନ ବାକି ରହିଛି । କିନ୍ତୁ ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ଆକ୍ଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣାଉଛନ୍ତି । ଏହାପୂର୍ବରୁ ନୀତିଶ ସରକାର ୧ କୋଟି ଲୋକଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏହାସହିତ ମହିଳାଙ୍କ ପାଇଁ ୩୫ % ଆରଂକ୍ଷଣ ଦେବାକୁ ଘୋଷଣା କରିଛନ୍ତି । ଏବେ ବିଜୁଳି ଫ୍ରି ଦେବାକୁ ଘୋଷଣା କରିଛନ୍ତି ।
