୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ବନ୍ଦ ହେଲା ପୁରା ମାସର ଦରମା

ଭୁବନେଶ୍ୱର, ୩୦/୦୭ : ‘ଏକ ପେଡ ମା’କେ ନାମ’ରେ ଗଛ ଲଗାଇ ନପାରିବାରୁ ନିଆଗଲା ଆକ୍ସନ। ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କୁ ଦିଆଯିବନି ଦରମା। ଗଛ ଲଗାଇବାରେ ଟାର୍ଗେଟ ପୂରଣ ନହେବାରୁ ଜୁଲାଇ ମାସର ପୁରା ଦରମା ବନ୍ଦ କଲେ ଶିକ୍ଷାଧିକାରୀ। ଭାରତ ସରକାରଙ୍କ ଆହ୍ବାନ କ୍ରମେ “ଗୋଟିଏ ଗଛ ମୋ ମା ଙ୍କ ନାମରେ”( ଏକ୍ ପେଡ୍ ମା କେ ନାମ)” ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁଠାରେ ଅନୁଷ୍ଠିତ ହେଉଛି। ଟାର୍ଗେଟ ଅନୁଯାୟୀ ଗଛ ଲଗାଯାଉଛି। କିନ୍ତୁ ବଲାଙ୍ଗୀରରେ ଏହି ଟାର୍ଗେଟ ପୂରଣ ନହୋଇପାରିବାରୁ ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ କରିଛନ୍ତି ଶିକ୍ଷାଧିକାରୀ। ଏହି ଅଭିଯାନରେ ଟାର୍ଗେଟ ଅନୁଯାୟୀ ଗଛ ନଲଗାଇପାରିବାରୁ 11 ଜଣ BEOଙ୍କ ଉପରେ ନିଆଯାଇଛି ଆକ୍ସନ। ଜୁଲାଇ ମାସର ପୁରା ଦରମା ବନ୍ଦ କରିଦେଲେ ଶିକ୍ଷାଧିକାରୀ।