ଗର୍ଭବତୀଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର, ୩୧/୦୭ : ଦିନକୁ ଦିନ ମହିଳାଙ୍କ ହତ୍ୟା ମାମଲା ବଢ଼ିବାରେ ଲାଗିଛି । କଟକର ୫୬ ନମ୍ବର ୱାର୍ଡରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଶାଶୁ ଘର ଲୋକ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତ ଗର୍ଭବତୀଙ୍କ ବାପଘର ଲୋକେ ଜଗତପୁର ଥାନାରେ ଏତଲା ପରେ ସାମ୍ନାକୁ ଆସିଛି ତଥ୍ୟ । ତେବେ କେଉଁ କାରଣ ପାଇଁ ଏବଂ କେଉଁମାନେ ଏହି ହତ୍ୟାରେ ସାମିଲ ରହିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ସମୟରେ ମହିଳା ଜଣକ ଗର୍ଭବତୀ ରହିଥିଲେ ଏବଂ ଶାଶୁ ଘର ଲୋକ ସହିତ ତାଙ୍କ ସମ୍ପର୍କ ଠିକ୍ ନଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।