ନୂଆଦିଲ୍ଲୀ: ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି। ସଂସଦ ଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ଭାଷଣ ରହିବ। ଏନଡିଏ ସଂସଦୀୟ ଦଳ ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ହର ହର ମହାଦେବ’ ସ୍ଲୋଗାନ ଦେଇ ସ୍ୱାଗତ ଏବଂ ଅଭିନନ୍ଦନ କରାଯାଇଥିଲା। ଏନଡିଏ ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବ ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବରୁ ଏହି ବୈଠକ ଏପରି ସମୟରେ ହେଉଛି ଯେତେବେଳେ ଅଗଷ୍ଟ ୭ରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଇଲେକ୍ଟୋରାଲ କଲେଜରେ ଏନଡିଏର ସ୍ପଷ୍ଟ ବହୁମତ ସହିତ, ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ଚୟନ କେବଳ ଔପଚାରିକତା ହୋଇ ରହିଛି।