ନୂଆଦିଲ୍ଲୀ, ୦୭/୦୮ : ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୌଇତ୍ର । ପିନାକୀଙ୍କ ବିବାହ ଭୋଜିରେ ବିରୋଧୀ ଦଳର ଅନେକ ବଡ଼ ବଡ଼ ନେତାଙ୍କୁ ଦେଖିବାକୁ ମିଳିଛି । ଯେଉଁଥିଲେ ସାମିଲ ହୋଇଛନ୍ତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ । ବିବାହର ଦୀର୍ଘ ଦିନ ପରେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ର ଦିଲ୍ଲୀର ଏକ ତାରକା ଭବ୍ୟ ଭୋଜିର ଆୟୋଜନ କରିଛନ୍ତି । ଯେଉଁଥିରେ ବହୁ ବଡ଼ ବଡ଼ ରାଜନୈତିକ ହସ୍ତୀମାନଙ୍କୁ ଦେଖିବାକୁ ମିଳିଛି । ବିଜେଡ଼ି ସାଂସଦ ମୁନ୍ନା ଖାଁ ଏବଂ ଦେବାଶିଷ ସାମନ୍ତରାୟ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଏହି ଭୋଜିରେ କେତକ ହାତ ଗଣତି ବିଜେଡ଼ି ନେତାଙ୍କୁ ବାଦ ଦେଲେ ବହୁ ବିରୋଧୀ ନେତାଙ୍କୁ ଦେଖିବାକୁ ମିଳିଛି । ଏହି ଭୋଜିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ସପା ଅଧ୍ୟକ୍ଷ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚ୍ଚନ ଏବଂ ସୁପ୍ରିୟା ସୁଲେ ପ୍ରମୁଖଙ୍କ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଶୁଭକାମନା ଜଣାଇଛନ୍ତି । ଗତ ମେ ମାସରେ ପିନାକୀ ଓ ମହୁଆଙ୍କ ବିବାହକୁ ନେଇ ଖବର ଆସିଥିଲା । ଉଭୟ ଜର୍ମାନୀରେ କିଛି ନିକଟ ସମ୍ପର୍କୀୟଙ୍କ ଗହଣରେ ବିବାହ କରିଥିବା ଜଣାପଡ଼ିଥିଲା । ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ଏ ଯାଏଁ କେହି ନିଜ ବିବାହକୁ ନେଇ ମୁହଁ ଖୋଲି ନ ଥିଲେ । କିନ୍ତୁ ଗତକାଲି ଉଭୟ ବିବାହ ଭୋଜି ଦେଇଛନ୍ତି ।