ଜମିଜମା ସମସ୍ୟା ନେଇ ସ୍ଥିତି ପରଖିଲେ ରାଜସ୍ୱ ଅଧିକାରୀ

ମହାକାଳପଡ଼ା, ୦୭/୦୮ : ମହାକାଳପଡ଼ା ବ୍ଲକ ଉପକୂଳ ବାସୀଙ୍କ ର ଦୀର୍ଘ ଦିନର ଜମିଜମା ସମସ୍ୟା ର ସମାଧାନ ନେଇ ନବ ନିର୍ବାଚିତ ସ୍ଥାନୀୟ ଯୁବ ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ଙ୍କ ପ୍ରୟାସ ଜାରିରହିଛି l ଏନେଇ ଡବଲ ଇଂଜିନ ସରକାରଙ୍କ ସହିତ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇଛି l ଏନେଇ ବୁଧବାର କେନ୍ଦ୍ରାପଡ଼ା ର ଅତିରିକ୍ତ ଜିଲ୍ଲା ପାଳ,ରାଜସ୍ବ ରବୀନ୍ଦ୍ର ମଲ୍ଲିକ, ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ, ରାମଚଣ୍ଡୀ ସର୍କଲ ଆରଆଇ ବିଜୟ ବେହେରା ଖରିନାସି ଅଞ୍ଚଳ ର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଅନୁଧ୍ୟାନ ସମୟରେ ରେ ସାଥିରେ ସରପଞ୍ଚ ବନିତା ରାଉତ, ସମିତି ସଭ୍ୟ ରିତାରାଣୀ ରକ୍ଷିତ ତରୁଣ କାନ୍ତି କାଞ୍ଜିଲାଲ, ସମୀର ମିସ୍ତ୍ରୀ, ନାରାୟଣ ହାଲଦାର, ତୁଷାର ସର୍ଦାର ଶଙ୍କର ହାଲଦାର, କୁଞ୍ଜବିହାରୀ ଦାସ ଓ ନିରଞ୍ଜନ ରାୟ ସମେତ ବହୁ ମୁରବୀ ଉପସ୍ଥିତ ଥିଲେ l ବିଶେଷ କରି ଜଙ୍ଗଲ କିସମ ଜମି କୁ ଯେଉଁ ରାଜସ୍ବ ଅଧିକାରୀ ସ୍ଥିତିବାନ ରେକର୍ଡ କରାଇ ଏହି ଉପକୁଳ ବାସୀଙ୍କୁ ସାଧାରଣ ବସବାସ କରି ଜୀବିକା ନିର୍ବାହ ହୋଇଥିଲା l ପରବର୍ତ୍ତୀ ସମୟରେ ସ୍ଥିତିବାନ ଘୋଷିତ ରେକର୍ଡ କୁ କିଭଳି ରାଜସ୍ବ ବିଭାଗ ରେକର୍ଡ ଧାରୀଙ୍କ ଅଗୋଚର ରେ ଜଙ୍ଗଲ କିସମ ଘୋଷଣା କରିବା ପରେ ଅଞ୍ଚଳ ବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାର ସ୍ଥାନୀୟ ଲୋକେ ଦାବିକରନ୍ତି l