ତିର୍ତ୍ତୋଲ, ୦୮/୦୮ : ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ର ରାଉତନୂଆଗାଁ ଗ୍ରାମର ଜଣେ ମହିଳା ରଘୁନାଥପୁର ଥାନାରେ ଦୁଷ୍କର୍ମ ର ଏକ ଏତଲା ଦେଇଛନ୍ତି। ଆଜି କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ପସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ପରାମର୍ଶ କ୍ରମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ମହିଳା କଂଗ୍ରେସ ଓ ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସର ଏକ ମିଳିତ ପ୍ରତିନିଧି ଦଳ ପୀଡିତାଙ୍କ ଘରକୁ ଯାଇ ତାଙ୍କୁ ଭେଟି ଆଲୋଚନା କରିବା ସହ ଘଟଣା ସ୍ଥଳକୁ ଯାଇ ତଥ୍ଯ ଅନୁସନ୍ଧାନ କରିଛନ୍ତି। ପରେ ରଘୁନାଥପୁର ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ, ଅଭିଯୁକ୍ତକୁ ତୁରନ୍ତ ଗିରଫ ଲାଗି ଦାବି ଉପସ୍ଥାପନ କରିଛନ୍ତି | ଯଦି ଅଭିଯୁକ୍ତକୁ ଜଲଦି ଗିରଫ ନ କରାଯାଏ, ତେବେ ବ୍ଲକ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପଣ୍ଡା ଚେତାବନୀ ଦେଇଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ବର ପଣ୍ଡା ,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ ,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ମହିଳା କଂଗ୍ରେସ ସଭାପତି ଅନୁଷୁୟା ପ୍ରଧାନ , ପ୍ରାଚୀ ଚୟନୀ , ସ୍ୱପ୍ନାରାଣୀ ଦାସ, ବସନ୍ତ ନାୟକ , ପୁଷ୍ପାଞ୍ଜଳି ଦାସ , ନାରାୟଣ ନାୟକ ,ପ୍ରତ୍ଯୁଷ ନାୟକ , ସୁଶୀଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।