ଆଜି ରାଖୀ ପୂର୍ଣ୍ଣିମା : ଭାଇ ହାତରେ ଉଭଣୀର ସ୍ନେହର ଡୋରି

ଭୁବନେଶ୍ୱର, ୦୯/୦୮ : ଆଜି ରାଖୀ ପୂର୍ଣ୍ଣିମା । ଭଉଣୀ କେବଳ ନିଜ ଭାଇଙ୍କୁ ହିଁ ରାଖି ବାନ୍ଧିଥାଏ । ଯାହା ପାଖରେ ନିଜକୁ ସୁରକ୍ଷା ମନେ କରିଥାଏ ତା ହାତରେ ରାଖି ବାନ୍ଧିଥାଏ ଉଭଣୀ । ଏହି ପବିତ୍ର ଦିନରେ ସଦାବେଳେ ଭାଇର ମଙ୍ଗଳକାମନା କରିଥାଏ ଉଭଣୀ । ଆଉ ଭାଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି ପ୍ରତିଜ୍ଞାବଦ୍ଧ ରହିଥାଏ । ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସର ପ୍ରତୀକ ରାଖି । ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହ ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ହାତରେ ରାଖି ବାନ୍ଧିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଓ ଭଉଣୀ । ପିତଳ ଥାଳିରେ ଧୂପ, ଦ୍ୱୀପ, ଚନ୍ଦନ, ମିଠା ସହିତ ସମ୍ପର୍କର ରେଶମ ଡୋରୀ ରାଖିକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ । ରେଶମ ଡୋରୀରେ ବନ୍ଧା ଏହି ବନ୍ଧନରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ । ଆଜିର ଏହି ପବିତ୍ର ଦିନଟି ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ରାକ୍ଷୀ ପୂର୍ଣ୍ଣିମାକୁ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ଗାଁର ଚାଷୀ ପୁଅ ମଧ୍ୟ ବଳଦଙ୍କୁ ଗାଧୁଆ ପାଧୁଆ କରି ହଳଦି ଲଗାଇ ରାଖି ବନ୍ଧିବା ସହ ବନ୍ଦାପନା କରି ପିଠା ଖୁଆଇଥାନ୍ତି । ଘର ସମ୍ମୁଖରେ ଗୋଟା ଓଉକୁ ପୋତା ଯାଇଥାଏ । ଆଉ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।