ନୂଆଦିଲ୍ଲୀ, ୦୯/୦୮ : ଜମ୍ମୁ-କାଶ୍ମୀର କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ବୀର ଯବାନ ଶହୀଦ ହୋଇଛନ୍ତି । ଆତଙ୍କୀ ସହ ଲଢି ବୀରଗତି ପ୍ରାପ୍ତ କରିଛନ୍ତି ଦୁଇ ବୀର ସନ୍ତାନ । ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଆତଙ୍କୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଅଖଲ ଜଙ୍ଗଲରେ ୩ ଆତଙ୍କୀ ଏବେ ବି ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦେଶର ସୁରକ୍ଷା ପାଇଁ ଜୀବନର ବଳିଦାନ ଦେଇଛନ୍ତି । ତାଙ୍କ ବଳିଦାନକୁ ସଲାମ୍ କରିଛି ଭାରତୀୟ ସେନା । ବୀରପୁତ୍ର କର୍ତ୍ତବ୍ୟ ପାଳନ କରି ଶହୀତ ହୋଇଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଛି ଭାରତୀୟ ସେନା ।