ନୂଆଦିଲ୍ଲୀ, ୧୪/୦୮ : ଆଜି ଥିଏଟରରେ ଦୁଇଟି ବଡ଼ ବଜେଟ୍ ଫିଲ୍ମ ରିଲିଜ୍ ହୋଇଛି। ଉଭୟ ଫିଲ୍ମଗୁଡିକ ସକାଳ ସକାଳୁ ହଲରେ ପଡିବା ମାତ୍ରେ ଶୋ ହାଉସଫୁଲ୍ ହୋଇଯାଇଛି। ରଜନୀକାନ୍ତ ଏବଂ ହ୍ରିତିକ୍ ରୋଶନଙ୍କ ପ୍ରଶଂସକଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଡଭାନ୍ସ ବୁକିଂ ଠାରୁ ଆରମ୍ଭ କରି ବକ୍ସ ଅଫିସ୍ କଲେକ୍ସନ ପର୍ଯ୍ୟନ୍ତ ଉଭୟ ପରସ୍ପରକୁ ପଛରେ ପକାଇବାକୁ ଚେଷ୍ଟା କରୁଛନ୍ତି। ସକାଳ ୧୧ଟା ପର୍ଯ୍ୟନ୍ତ ଉଭୟ ଫିଲ୍ମର କଲେକ୍ସନ ସାମ୍ନାକୁ ଆସିଛି। ଯେଉଁଥିରେ ରଜନୀକାନ୍ତ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କୁ ପଛରେ ପକାଇ ଦେଇଛନ୍ତି। ନାଗାର୍ଜୁନ ଏବଂ ଶ୍ରୁତି ହାସନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସବୁଠାରୁ ବଡ଼ ହିଟ୍ ହେଉଛି ଆମିର ଖାନଙ୍କ କ୍ୟାମିଓ। ଫିଲ୍ମଟି ଆଡଭାନ୍ସ ବୁକିଂରୁ ବହୁତ ରୋଜଗାର କରିଛି ଏବଂ ଏବେ ବି ବକ୍ସ ଅଫିସରେ ରାଜ କରୁଛି। ସେହିପରି ‘ୱାର ୨’ ବିଷୟରେ କହିବାକୁ ଗଲେ, ଜୁନିଅର ଏନଟିଆର ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି। ଫିଲ୍ମରେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ସହ କିଆରା ଆଡଭାନୀ, ଆଶୁତୋଷ ରାଣା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି।
‘ୱାର ୨’ର କଲେକ୍ସନ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ଏପର୍ଯ୍ୟନ୍ତ କେବଳ ୮.୩୬ କୋଟି ରୋଜଗାର କରିଛି। କୁଲି ଏବଂ ‘ୱାର ୨’ ମଧ୍ୟରେ ପ୍ରାୟ ଅଧା ରୋଜଗାରର ପାର୍ଥକ୍ୟ ଅଛି। ରଜନୀକାନ୍ତ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି। ବାକି ସବୁ ଅନ୍ତିମ ତଥ୍ୟ ଆସିବା ପରେ ଜଣାପଡିବ। କିଏ କାହାକୁ ପଛରେ ପକେଇଦେଇଛି। ତେବେ ସମାଲୋଚକଙ୍କଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଉଭୟ ଫିଲ୍ମର ପ୍ରଶଂସା କରୁଥିବାର ଦେଖାଯାଉଛି। ଉଭୟ ବଡ଼ ଫିଲ୍ମ ପରସ୍ପରର କଲେକ୍ସନ ଉପରେ ବହୁତ ପ୍ରଭାବ ପକାଇବ ବୋଲି ସମସ୍ତେ କହିଛନ୍ତି।
