ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଜିଅନ୍ତା ଜଳିଗଲେ ଦମ୍ପତି

ଭୁବନେଶ୍ୱର, ୨୬/୦୮ :   ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ତୁକୁଲା  ଗାଁରେ ଅଘଟଣ । ଜିଅନ୍ତା ଜଳିଗଲେ ଦମ୍ପତି  ।  ମୃତ ଦମ୍ପତି ରାଜେଶ ପଟେଲ ଓ ତାଙ୍କ ସ୍ତ୍ରୀ ରୀମା ପଟେଲ । ଗତକାଲି ରାତିରେ ପରିବାରର ୫ଜଣ ସଦସ୍ୟ ବସି କଥାବାର୍ତ୍ତା ହେଥିଲେ । ଏହି ସମୟରେ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ଘରେ ହଠାତ୍ ନିଆଁ ଲାଗିଯାଇଥିଲା  । ନିଆଁ ଲାଗି ରାଜେଶ ଓ ରୀମା ପୋଡି ଯାଇଥିଲେ । ରାଜେଶଙ୍କ ବାପା ମକାରୁ ପଟେଲ ଓ ମାଆ ଗୀତା ପଟେଲ ୯ ମାସର ଶିଶୁପୁତ୍ରକୁ ନେଇ ଛାତ ଉପକୁ ଚାଲି ଯାଇଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିଆଁ ଲାଗି ଘରର ଆସବାବପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଖଡିଆଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ଖଡ଼ିଆଳ ଡ଼ାକ୍ତରଖାନାକୁ ଆଣିଥିଲେ  । ହେଲେ ଡାକ୍ତର ଦମ୍ପତି ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।  କେତେ ଜୋରରେ ନିଆଁ କିଭଳି ଲାଗିଲା ଏବଂ ସ୍ବାମୀ-ସ୍ତ୍ରୀ କିଭଳି ବାହାରକୁ ବାହାର ପାରିଲେନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

SBI_Festive_Digital Billboard