ପାଲେଷ୍ଟାଇନୀ ଅଞ୍ଚଳରେ ଇସ୍ରାଏଲୀ ଆକ୍ରମଣ : ୭୧ ପାଲେଷ୍ଟାନୀୟ ମୃତ

ନୂଆଦିଲ୍ଲୀ,୨୯/୦୮: ଗାଜା ପଟ୍ଟିର ସବୁଠାରୁ ବଡ଼ ସହର ଗାଜା ସିଟି ଉପରେ ଇସ୍ରାଏଲୀର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗୁରୁବାର ରାତିରେ ଇସ୍ରାଏଲୀ ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପାଲେଷ୍ଟାଇନୀ ଅଞ୍ଚଳରେ ଇସ୍ରାଏଲୀ ଆକ୍ରମଣରେ ମୋଟ ୭୧ ଜଣଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲୀ ସେନା କହିଛି ଯେ, ଗାଜା ପଟ୍ଟିରେ ହମାସ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନର ଢାଞ୍ଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଅଭିଯାନ ଜାରି ରହିବ । ଗାଜାର ଦକ୍ଷିଣ ଭାଗରେ ଏକ ରିଲିଫ ବଣ୍ଟନ କେନ୍ଦ୍ରକୁ ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିବା ଲୋକଙ୍କ ଉପରେ ଇସ୍ରାଏଲୀ ଗୁଳିଚାଳନା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ୨୭ ଜଣ ଆହତ ହୋଇଛନ୍ତି । ହମାସ-ଇସ୍ରାଏଲ ଲଢେଇ- ଇସ୍ରାଏଲୀ ସେନା ବର୍ତ୍ତମାନ ଗାଜା ସହରର ସୀମାନ୍ତ ଅଞ୍ଚଳ ଏବାଦ-ଆଲରହମାନରେ କାର୍ଯ୍ୟାନୁଷ୍ଠାନ ନେଉଛି । ଇସ୍ରାଏଲୀ କାର୍ଯ୍ୟାନୁଷ୍ଠାନ ଭୟରେ ଏହି ସହରର ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳରେ ରହୁଥିବା ସାଧାରଣ ଲୋକ ସେମାନଙ୍କର ଘର ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ତେଣୁ ସେଠାରେ ଇସ୍ରାଏଲୀ ସେନା ଏବଂ ହମାସ ମଧ୍ୟରେ ସିଧାସଳଖ ଯୁଦ୍ଧ ହେଉଛି । କିଛି ଅଞ୍ଚଳରେ ହମାସର ନିୟନ୍ତ୍ରଣ ରହିଛି – ଜାଗାକୁ ନେଇ ଚାଲିଥିବା ଯୁଦ୍ଧରେ ଇସ୍ରାଏଲୀ ବିମାନଗୁଡ଼ିକ ବୋମାମାଡ଼ କରୁଛନ୍ତି । ଗାଜା ସହର ବ୍ୟତୀତ, ଇସ୍ରାଏଲୀ ସେନା ଜାବାଲିଆ ଶରଣାର୍ଥୀ ଅଞ୍ଚଳରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଛି । ସେଠାକାର ଆଭ୍ୟନ୍ତରୀଣ ଅଂଶରେ ମଧ୍ୟ ହମାସର ନିୟନ୍ତ୍ରଣ ରହିଛି ।

SBI_Festive_Digital Billboard