ନୂଆଦିଲ୍ଲୀ,୩୧/୦୮: ପଶ୍ଚିମ ଆଫ୍ରିକାରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ଦରିଆରେ ବୁଡ଼ି ଯାଇଛି । ଦୁର୍ଘଟଣାରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଗାମ୍ବିଆ ବୈଦେଶିକ ମନ୍ତ୍ରଣାଳୟ ବିଳମ୍ବିତ ରାତିରେ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେବ ୟୁରୋପ ଯାଉଥିବା ପ୍ରବାସୀଙ୍କ ପାଇଁ ଏହା ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ଡଙ୍ଗା ଗାମ୍ବିଆରୁ ବାହାରିଥିଲା । ଏଥିରେ ଅଧିକାଂଶ ଲୋକ ଗାମ୍ବିଆ ସେନେଗଲ ଯାତ୍ରୀ ଥିଲେ । ଡଙ୍ଗାଟି ମାରିଟାନିୟା ତଟ ନିକଟରେ ବୁଡି ଯାଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରାୟ ୧୫୦ ଜଣ ଡଙ୍ଗାରେ ଥିଲେ । ଯେଉଁଥିରୁ ୧୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମେରିଟାଇୟାଇ ପ୍ରଶାସନ ୭୦ ମୃତଦେହ ଉଦ୍ଧାର କରିଛି ।
