ନୟାପଲ୍ଲୀ ଫ୍ଲାଏଓଭର ଉପରେ ଇଲେକ୍ଟ୍ରିକ୍ ସ୍କୁଟିରେ ଲାଗିଲା ନିଆଁ

ଭୁବନେଶ୍ୱର, ୦୧/୦୯ : ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଫ୍ଲାଏଓଭର ଉପରେ ଆଜି ଏକ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗିଯାଇଛି । ଫ୍ଲାଏଓଭରରେ ଜଣେ ଯୁବକ ଯାଉଥିବା ସମୟରେ ହୋଇଥିଲା ଅଘଟଣ । ହଠାତ୍ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଚାଳକ ସ୍କୁଟିକୁ ସଙ୍ଗେ ସଙ୍ଗେ ଅଟକାଇ ଦେଇଥିଲେ ଯାହା ଫଳରେ ସେ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲେ। ତେବେ ରାସ୍ତାରେ ଥିବା ଲୋକମାନେ ଏହି ଘଟଣା ଦେଖୁଥିବା ସମୟର କିଛି ସମୟ ମଧ୍ୟରେ ସ୍କୁଟିଟି ପାଉଁଶ ହୋଇଗଲା । ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସର୍ଟସର୍କିଟ ବୋଲି ସନ୍ଦେହ କରାଯାଉଛି ।

SBI_Festive_Digital Billboard