ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୫ ମୃତ

ନୂଆଦିଲ୍ଲୀ, ୦୧/୦୯ : ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗିଲଗିଟ୍-ବାଲ୍ଟିସ୍ତାନରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗିଲଗିଟ-ବାଲ୍ଟିସ୍ତାନ ସରକାରଙ୍କ ମୁଖପାତ୍ର ଫୈଜଉଲ୍ଲା ଫାରାକ ଏକ ବିବୃତ୍ତିରେ କହିଛନ୍ତି ଯେ, ବିମାନଟି ଡିଆମର ଜିଲ୍ଲାର ଚିଲାସ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଆମର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଅବଦୁଲ ହମିଦ କହିଛନ୍ତି ଯେ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ହେଲିକପ୍ଟରଟି ଏକ ନୂତନ ପ୍ରସ୍ତାବିତ ହେଲିପ୍ୟାଡରେ ପରୀକ୍ଷାମୂଳକ ଅବତରଣ କରୁଥିଲା । ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

SBI_Festive_Digital Billboard