ନୂଆଦିଲ୍ଲୀ, ୦୭/୦୯ : ଆଜି ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗିଯାଇଥିବାବେଳେ ଏଥିରେ ସମସ୍ତ ଲୋକ ପ୍ରାଣ ହରାଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଏୟାରଲେକ୍ ବିମାନବନ୍ଦରର ପଶ୍ଚିମରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବାର ଦେଖିଛନ୍ତି ଜରୁରୀକାଳୀନ କର୍ମଚାରୀ । ଦୁର୍ଘଟଣାରୁ କୌଣସି ଯାତ୍ରୀ ବଞ୍ଚି ପାରିନାହାଁନ୍ତି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକାରୀମାନେ ହେଲିକପ୍ଟର ଦୁର୍ଘଟଣାର କାରଣ ଖୋଜୁଛନ୍ତି । ହେଲିକପ୍ଟରରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
