ଆଜିର ରାଶିଫଳ (ବୁଧବାର)

ତା : ୧୦/୦୯/୨୦୨୫

ମେଷ: ଦିନଟି ଖୁସି ଭରା ରହିବ । କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ । ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ । ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି । ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ । ପରିବାର ଲୋକଙ୍କ ସହିତ ଭଲ ଜାଗାକୁ ବୁଲି ଯିବେ ।

ମିଥୁନ: ପିଲାମାନଙ୍କ ଦାୟିତ୍ବ ପୂରା କରିବା ପାଇଁ ସମୟ ଉପନୀତ । ରଙ୍ଗମଞ୍ଚ କ୍ଷେତ୍ରରେ ଥିବା ଲୋକମାନେ ନିଜର କୌଶଳ ଦେଖାଇବାର ବଡ଼ ଉପଲବ୍ଧି ହାସଲ କରିବେ ।

କର୍କଟ: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ । ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ । ଘରକୁ କୁଣିଆ ଆସିବେ ।

ସିଂହ: ଯାହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ତାହାକୁ ସଫଳତା ପୂର୍ବକ କରିବାକୁ ଚେଷ୍ଟା କରିବେ । ଚାକିରରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ । ବ୍ୟବସାୟରେ ନୂଆ ଅନୁଭବ ପ୍ରାପ୍ତ ହେବ ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ । ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ । ରୋଷଇ ପାଇଁ ଜରୁରୀ ଜିନିଷ କିଣିବେ ।

ତୁଳା: ଥଟ୍ଟା ମଜାର କହିବା କଥାକୁ ନେଇ ନାରାଜ ହୁଅନ୍ତୁ ନାହିଁ । କୌଣସି ଗୁପ୍ତ ରହସ୍ୟ ଜାଣି ପାରବେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ ।

ବିଛା: ଭାଇର ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ । ଆପଣଙ୍କ ଅଧୁରା କାମ ପୂରା କରିବାରେ କାହାରି ସାହାଯ୍ୟ ନେବେ । ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ ।

ଧନୁ: ବ୍ୟବସାୟ ସଂପର୍କିତ ଯୋଜନା ଯଥେଷ୍ଟ ଆକର୍ଷିତ ହେବ । ଲୋକମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ ଶଦ୍ଦକୁ ଭଲଭାବେ ଶୁଣନ୍ତୁ । ଆର୍ଥିକ ବିଷୟରେ ବନ୍ଧୁର ସାହାଯ୍ୟ ନେବେ ।

ମକର: ଜୀବନସାଥୀର ଅସୀମ ପ୍ରେମ ଓ ସମର୍ଥନ ଆପଣଙ୍କ ପ୍ରେମକୁ ଆହୁରି ମଜଭୁତ କରିବ । ଆପଣ ନିଜକୁ ଶକ୍ତଶାଳୀ ଅନୁଭବ କରିବେ । ପ୍ରେମିକ ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବୁଲି ଯିବେ ।

କୁମ୍ଭ: ଆପଣଙ୍କ ଇଚ୍ଛାରେ ଆପଣ କାହାରିକୁ ସାହାଯ୍ୟ କରିବେ । ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା । ଲଭମେଣ୍ଟଙ୍କ ସହ ଦିନଟି ଭଲରେ କଟିବ ।

ମୀନ: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ । କୌଣି କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ । କୌଣସି ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ ।