ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲଦାର

ଭୁବନେଶ୍ୱର, ୧୨/୦୯ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲଦାର । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ୨୦୧୯ ବ୍ୟାଚର ଓଏଏସ୍ ଟପ୍ପର । ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ । ମାତ୍ର କାର୍ଯ୍ୟ ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗି ଆସୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଆଜି ଦିନ ପ୍ରାୟ ୧୧ ଟା ସମୟରେ ତହସିଲଦାରଙ୍କ ଡ୍ରାଇଭର ଥିବା ପ୍ରବିନ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାରକୁ ଅଟକ ରଖି ସମ୍ବଲପୁରକୁ ନେଇ ଥିବା ଜଣାପଡିଛି । ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

SBI_Festive_Digital Billboard