ବିହାର ପାଇଁ ବିଜେପିର ଜବରଦସ୍ତ ପ୍ଲାନ୍ : ୧୩ରେ ନଡ୍ଡା, ୧୫ରେ ମୋଦୀ, ୧୮ରେ ଶାହ

ନୂଆଦିଲ୍ଲୀ, ୧୨/୦୯ : ବିହାର ବିଧାନସଭା ପାଇଁ ଗତ ସପ୍ତାହରେ ଏନେଇ ଗୃହମନ୍ତ୍ରୀ ଅମିତ ଶାହ ବିହାରର ନେତାମାନଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ। ଯାହାପରେ ଏବେ ସେଠାରେ ବିଜେପି ଲଗାତାର ବଡ଼ ଆୟୋଜନ କରିବା ସହ ଭୋଟରଙ୍କ ନିଜ ପକ୍ଷକୁ ନେବାକୁ ଚେଷ୍ଟା ଆରମ୍ଭ କରିଥିବା ଜଣାପଡ଼ିଛି । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ବିଜେପି ସଭାପତି ବିହାରରେ ଗସ୍ତ କରିବା ସହ ସେଠାରେ ବଡ଼ ଧରଣର ସଭା କରିପାରନ୍ତି ବୋଲି ଜଣାପଡ଼ିଛି । ବିଜେପି ଶୀର୍ଷ ନେତାମାନଙ୍କ ପାଇଁ ଏକ ବ୍ୟାପକ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ସେମାନଙ୍କ ଗସ୍ତ ମାଧ୍ୟମରେ କର୍ମୀମାନଙ୍କୁ ଉତ୍ସାହିତ କରିବେ ଏବଂ ସରକାରଙ୍କ କାର୍ଯ୍ୟପନ୍ଥା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବେ। ଜେପି ନଡ୍ଡା ସେପ୍ଟେମ୍ବର ୧୩ ତାରିଖରେ ପାଟନାରେ ବିହାର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ, ଯେଉଁଥିରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୫ ତାରିଖରେ ପୂର୍ଣ୍ଣିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏଙାସହ ଅମିତ ଶାହ ସେପ୍ଟେମ୍ବର ୧୮ ଏବଂ ୨୭ ତାରିଖରେ ବିହାର ଗସ୍ତ କରିବେ।

SBI_Festive_Digital Billboard