ନୂଆଦିଲ୍ଲୀ, ୧୩/୦୯ : କର୍ଣ୍ଣାଟକରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବାବେଳେ ଏକ ବଡ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡି ଯିବାରୁ ୮ଜଣଙ୍କର ମୃତ୍ୟୁ ହେବା ସହ ୨୦ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଶୋଭାଯାତ୍ରା ଆଡକୁ ମାଡି ଆସିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲାଗି ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ବାମୀ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
