ଚୌଦ୍ବାର ଥାନାରେ ଅଟକ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ୩ ପୋଲିସ ନିଲମ୍ବିତ

ଭୁବନେଶ୍ୱର, ୨୩/୦୯ : ଚୌଦ୍ବାର ଥାନାରେ ଅଟକ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ , ଏସଆଇ ଓ କନେଷ୍ଟବଳ ନିଲମ୍ବିତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ବାର ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଫିସର ବିଶ୍ବରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି । ସେହିପରି ଥାନା ଏସଆଇ ନିରଞ୍ଜନ ଗୋଡ଼ା ଓ କନେଷ୍ଟବଳ କମଳଲୋଚନ ମାଝି ମଧ୍ୟ ନିଲମ୍ବିତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ଥାନାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା ।ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲା ଚୌଦ୍ବାର ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ଏକ ଗାଡ଼ି ଚୋରି ମାମଲାରେ ଅଟକ ରଖିଥିଲା ପୋଲିସ । ଗତକାଲି ଠାରୁ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ପୋଲିସ । ରସାନନ୍ଦଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତେବେ ହତ୍ୟା ନା ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

 

SBI_Festive_Digital Billboard